ସାଥୀଙ୍କୁ ବଞ୍ଚାଇବାକୁ ଯାଇ ଯବାନ ହେଲେ ସହିଦ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଏସ୍ଓଜି ଟ୍ରେନିଂ ସେଣ୍ଟରରେ ଅଘଟଣ। ଟ୍ରେନିଂ ବେଳେ ଗ୍ରେନେଡ୍ ବିସ୍ଫୋରଣରେ ହାବିଲଦାରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ପ୍ରକାଶ ସାହୁ। ଆଜି କ୍ୟାମ୍ପରେ ଟ୍ରେନିଂ ହେଉଥିଲା ବେଳେ ଗ୍ରେନେଡଟି ଅନ୍ୟ ଜଣେ ଯବାନଙ୍କ ଉପରେ ଫୁଟିବା ବେଳେ ଏହାକୁ ରୋକିବା ସହ ବୀରତ୍ୱର ପରିଚୟ ଦେଇଥିଲେ ହାବିଲଦାର୍ ପ୍ରକାଶ।

ଅନ୍ୟ ଜଣେ ସହଯୋଗୀ ଟ୍ରେନି କ୍ୟାଡେଟଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ହାତରେ ଗ୍ରେନେଡଟି ଫୁଟି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି।

ଏହି ଘଟଣାରେ ଅନ୍ୟ ୨ ଜଣ ହାବିଲଦାର ବି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପ୍ରକାଶଙ୍କ ଘର ବରଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି।

You might also like