• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟ ଏସସିବିସି କମିଶନ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ ରଘୁନାଥ ବିଶ୍ୱାଳ। ଏଥିସହ କମିଶନରେ ତିନିଜଣ ସଦସ୍ୟ ଭାବେ ଡକ୍ଟର ନବନୀତା ରଥ, ମିତାଲି ଚିନ୍ନାରା ଓ ପ୍ରଶନ୍ନ କୁମାର ପାତ୍ର ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ କମିଶନ ରଘୁନାଥ ବିଶ୍ୱାଳ ପ୍ରାଥମିକ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟରେ ପଛୁଆବର୍ଗଙ୍କୁ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ତ୍ୱରାନିତ ହେବ। ଯଦି କୌଣସି ଜାତିର ଲୋକ ଓବିସି ବର୍ଗକୁ ଆସିବା ପାଇଁ ଚାହିଁବେ ସେମାନେ ଆସି ପାରିବେ। ତାସହ କୌଣସି ଓବିସି ବର୍ଗରେ ଥାଇ ଯଦି ସାମାଜିକ ଓ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ଥାନ୍ତି, ତାହାଲେ ସେମାନେ ମଧ୍ୟ ସେମାନଙ୍କ ନାଁ ଓବିସି ତାଲିକାରୁ ହଟାଇ ପାରିବେ। ରାଜ୍ୟରେ କେତେ ଓବିସି ଅଛନ୍ତି ତାର ଏକ ଡାଟା ପ୍ରସ୍ତୁତ ହେବ ବୋଲି ମଧ୍ୟ କହିଛନ୍ତି କମିଶନ ଅଧ୍ୟକ୍ଷ।

ଓବିସି, ଏସଇବିସି ବର୍ଗଙ୍କ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ପଦକ୍ଷେପ ନେବାକୁ ଗତ ୩୧ ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଉଲ୍ଲେଖ କରିଥିଲେ, କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି। ହେଲେ ରାଜ୍ୟ ସରକାର ଓବିସି ଓ ଏସ୍ଇବିସିଙ୍କ ପାଇଁ ବିଳମ୍ବ କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାରାତ୍ମକ ପଦକ୍ଷେପ ନେବାକୁ ଆଶାବ୍ୟକ୍ତ କରିଥିଲେ ଧର୍ମେନ୍ଦ୍ର। ତାସହ ଲେଖିଥିଲେ ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟଗୁଡିକ ମଧ୍ୟ ଏହି ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା କରି ସାରିଥିବାବେଳେ ଓଡ଼ିଶାରେ ଓବିସିଙ୍କ ପାଇଁ ସଂରକ୍ଷଣ ଅନୁରୋଧ କାର୍ଯ୍ୟକାରୀ ହୋଇନି।

https://www.youtube.com/watch?v=AafCYF-31Lc

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି, କଂଗ୍ରେସ ସମୟରୁ ଅନୁସୂଚିତ ଜାତିକୁ ପଛକୁ ଠେଲି ଦିଆଯାଇଛି। ଅନୁସୂଚିତ ଜାତିକୁ ଋଣ ଦେଇ ସେମାନଙ୍କର ଉନ୍ନତି କରିବାର ବ୍ୟବସ୍ଥା ଅଛି। ୨୦୧୯-୨୦ରେ ମାତ୍ର ୨୧୦ ଜଣଙ୍କୁ ଆର୍ଥିକ ଉନ୍ନତି ପାଇଁ ଋଣ ଦିଆଯାଇଛି। ୨୦୨୧ ସୁଦ୍ଧା ଏହାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ପ୍ରଦୀପ୍ତ।

ରାଜ୍ୟର ଯେକୌଣସି ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯିବ। କିଛି ଦିନ ତଳେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା ରହିବ। ଏନେଇ ରାଜ୍ୟ କ୍ୟାବିନେଟରେ ସଂରକ୍ଷଣ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ଶିକ୍ଷାବର୍ଷରୁ ବ୍ୟବସ୍ଥା ଲାଗୁ କରାଯିବା ନେଇ ସଂକଳ୍ପ ଆଗତ ହୋଇଛି।

Socially-financially-developed-castes-to-be-deleted-from-obc-list-odisha-scbc-chairman
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories