• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଛି। ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।  ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ  ନେଇ ସନ୍ଦେହ ଲାଗିରହିଥିବା ବେଳେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଜିଆରପି ତନାଘନା କରିଛି।

ଆଜି ଆଦିତ୍ୟଙ୍କ ବନ୍ଧୁ ପପୁଙ୍କୁ ଥାନାକୁ ଆଣି ଜେରା କରିଛି ପୋଲିସ। ପପୁଙ୍କୁ ଦୀର୍ଘ ସମୟ ଜେରା କଲା GRP। ଜେରାରେ ପପୁ ଆଦିତ୍ୟଙ୍କ ଠାରୁ ନେଇଥିବା ଲକ୍ଷେ ଟଙ୍କାର ତଥ୍ୟ ରଖିଲେ। ଆଦିତ୍ୟଙ୍କ ସହ ତାଙ୍କର ସଂପର୍କକୁ ନେଇ ମଧ୍ୟ ତଥ୍ୟ ରଖିଲେ।

ଏହାସହ ସମାଜସେବୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ସୁଇସାଇଡ ନୋଟ୍ ଫୋରେନସିକ୍ ଲ୍ୟାବ୍‌କୁ ପଠାଯାଇଛି। ଏଥିସହ ପୂର୍ବ ହାତଲେଖା, ଚେକ୍ ଦସ୍ତଖତ ମଧ୍ୟ ଫୋରେନ୍ସିକ୍ ଲ୍ୟାବ୍‌କୁ ପଠାଯାଇଛି। ଏହି ମାମଲାକୁ ନେଇ ସାଇଣ୍ଟିଫିକ୍ ତଦନ୍ତର ସହାୟତା ନେଇଛି ଜିଆରପି।

ଜବତ ସୁଇସାଇଡ୍ ନୋଟରେ ଥିବା ଲେଖା ଆଦିତ୍ୟଙ୍କର କି ଆଉ କାହାର ତାର ତଦନ୍ତ ଚାଲିଛି। ଆଦିତ୍ୟଙ୍କ କିଛି ପୁରୁଣା ଦସ୍ତଖତ ସହ ଏହାର ମେଳ କରାଯିବ। ସେହିପରି ମୃଟ୍ୟୁର ଗୋଟିଏ ସପ୍ତାହ ପୂର୍ବରୁ ଆଦିତ୍ୟଙ୍କ ପତ୍ନୀ, ସହକର୍ମୀ ପପୁ ଓ ବିକାଶଙ୍କ କଲ୍ ରେକର୍ଡିଂର ମଧ୍ୟ ଯାଞ୍ଚ ଜାରି ରହିଛି। ଏଥିସହ ଏ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଡାକି ଜେରା କରିବାକୁ ଯୋଜନା କରୁଛି ଜିଆରପି।

Social-worker-aditya-dash-death-grp-interrogates-friend-papu
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories