ବିବାହ ଭୋଜିରେ ଏକାଠି ହୋଇଥିଲେ ହଜାରେ ଲୋକ, ତା’ ପରେ…

ମୋହନା: କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିରୋଧରେ ମାମଲା ରୁଜୁ। ଭୋଜି ପାଇଁ ହଜାରେ ଲୋକେ ଏକାଠି ହୋଇଥିବା ବେଳେ ଭୋଜିକୁ ବନ୍ଦ କଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଗୋଠକେଳି ଗାଁରେ।

ଏହି ଗାଁର ସୁଶାନ୍ତ ମାଳି ତାଙ୍କ ବିବାହ ପାଇଁ ୫୦ ଜଣଙ୍କୁ ନେଇ ବିବାହ ଭୋଜି ଆୟୋଜନ କରିବେ ବୋଲି ଗତ ଜୁଲାଇ ୩ ତାରିଖରେ ପୋଲିସ ଠାରୁ ଅନୁମତି ନେଇଥିଲେ। କିନ୍ତୁ ବାହାଘର ସମୟରେ ପ୍ରାୟ ଏକ ହଜାର ଲୋକଙ୍କୁ ନେଇ ଭୋଜି ଆୟୋଜନ କରିଥିଲେ।

ତେବେ ଖବର ପାଇ ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଓ ଥାନାଧିକାରୀ ସୁଜିତ କୁମାର ନାୟକ ଚଢ଼ାଉ କରି ଭୋଜିକୁ ବନ୍ଦ କରିଥିଲେ। କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସମ୍ପୃକ୍ତ ବର ସୁଶାନ୍ତ ମାଳି ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ଗାଁରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶତାଧିକ ଲୋକଙ୍କ ସମାଗମର ଭିଡ଼ିଓ ଭାଇରାଲ ପରେ ସରପଞ୍ଚଙ୍କ ସହ ୪ଜଣଙ୍କୁ ଅଟକ ରଖିଛି ପୋଲିସ।  ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ କରାଯାଇଥିଲା।

ଶତାଧିକ ଲୋକ ଏକାଠି ହୋଇ ନାମ ସଂକୀର୍ତ୍ତନ କରିବା ସହ ବିନା ମାସ୍କରେ ଏକାଠି ହୋଇଥିଲେ।  ସାମାଜିକ ଦୂରତା ବି ମାନିନଥିଲେ। ଏମିତିକି କୁନି କୁନି ପିଲା ଏକାଠି ବସି ଭୋଜି ଖାଉଥିବାର ଭିଡିଓ ଭାଇରାଲ୍ ହୋଇଥିଲା।

ଆହୁରି ପଢ଼ନ୍ତୁ

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

OTVର ଡକ୍ୟୁମେଣ୍ଟ୍‌ ଗ୍ରହଣ କଲାନି ପୋଲିସ୍‌

ବାଜିରେ ଲାଗିଛି ଜୀବନ: ଉଛୁଳା ନଦୀରେ କାନ୍ଧରେ ସାଇକେଲ୍‌ ରଖି ନଦୀ ପାର୍‌ ହେଉଛନ୍ତି ଲୋକେ

ଅଡିଓ ଭାଇରାଲ୍‌ ମାମଲା: ୨ ଗିରଫ, ଭାଇରାଲ୍‌ କରିଥିବା ମାନିଲେ ବିଶ୍ୱଜିତ୍‌

ଓଡ଼ିଶାରେ କରୋନା ନେଲା ଆଉ ୧୪ ଜୀବନ

ଓଡ଼ିଶାରେ ୧,୫୨୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସର୍ବାଧିକ

ଶୋଇଥିବା ବେଳେ ବୃଦ୍ଧାଙ୍କୁ ହତ୍ୟା

‘ଭାଇରାଲ ଅଡିଓ ବ୍ୟକ୍ତିଙ୍କୁ ଉଠାଇ ନେଲା ପୋଲିସ୍’

କରୋନା ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା

କଟକ ସହରରୁ ୧୨୨ ପଜିଟିଭ ଚିହ୍ନଟ

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୪୩ ଆକ୍ରାନ୍ତ

୫ ଦିନ ପ୍ରବଳ ବର୍ଷିବ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

You might also like