ସାମାଜିକ ଦୂରତା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ; ପୋଲିସ୍‌ ଚୁପ

କେନ୍ଦୁଝର: ଭୁଲି ଗଲେ ସାମାଜିକ ଦୂରତା ନିୟମ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଛି। ପୋଲିସ୍ ଅଛି ହେଲେ ଚୁପ୍, ପ୍ରଶାସନ ସବୁ ଜାଣି ଯେପରି ଆଖି ବୁଜି ଦେଇଛି।

କୋଭିଡ୍ ମୁକାବିଲା ପାଇଁ ଏନ୍ଏମ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଥିଲା। ଯାହା ପାଇଁ ଆଜି ଇଣ୍ଟର୍‌ଭ୍ୟୁ ଡକାଇଥିଲେ ସିଡିଏମ୍। ଜିଲ୍ଲାର ୮୯ଟି ପଦବୀ ପାଇଁ ଶହ ଶହ ଆଶାୟୀ ଆଶି ଡାକ୍ତରଖାନାରେ ଅପେକ୍ଷା କରି ରହିଛନ୍ତି। ଆଶାୟୀମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ସାମାଜିକ ଦୂରତା ନିୟମ ଉଲ୍ଲଘଂନ ହୋଇଛି।

ଏଭଳି ପରିସ୍ଥିତିରେ କରୋନା ବ୍ୟାପିବା ନେଇ ସନ୍ଦେହ ବି କିଛି ଆଶାୟୀ ପ୍ରକଟ କରିଛନ୍ତି। ହେଲେ କରୋନା ମହାମାରୀ ବେଳେ ଅନ୍‌ଲାଇନ୍ ପରୀକ୍ଷା କରାନଯାଇ ଅପ୍‌ଲାଇନ୍ କାହିଁକି ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଯଦି, ଅଫ୍‌ଲାଇନ୍ ହେଲା ତେବେ କାହିଁକି ସାମାଜିକ ଦୂରତା ଉଲ୍ଲଘଂନ ହେଲା ?

କେନ୍ଦୁଝରରେ ଏବେ ଯାଏ ମୋଟ୍ ୭୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

You might also like