• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ପାରଦ କମିବା ସହିତ କିଛି ସ୍ଥାନରେ ବରଫପାତ ମଧ୍ୟ ହେଉଛି। କେନ୍ଦୁଝର ଜିଲ୍ଲା ବାଉରିପଦା ଓ କାଞ୍ଜିପାଣି ଅଞ୍ଚଳରେ ଆଜି ବରଫ ଆସ୍ତରଣ ଦେଖିବାକୁ ମିଳିଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। କୋଇଡା, ଟେନ୍ସା, ଡେଙ୍ଗୁଲା, କଲମଙ୍ଗ, କଳାଟା, ମାଲଦା ଓ ସାନ ଇନ୍ଦୁପୁର ପ୍ରଭୁତି ଅଞ୍ଚଳରେ ଗାଡ଼ି, ଘାସ ଗାଲିଚା ଉପରେ ବରଫର ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଛି।

ଖାଲି କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ନୁହେଁ ବରଗଡ଼ ଜିଲ୍ଲାରେ ମଧ୍ୟ ବରଫପାତ ହୋଇଛି। ପଦ୍ମପୁର ଉପଖଣ୍ଡ ସୀମାନ୍ତବର୍ତ୍ତୀ ଝାରବନ୍ଧ ଅଞ୍ଚଳର ପାଳଗଦା ଗୁଡ଼ିକରେ ମଧ୍ୟ ବରଫ ଦେଖିବାକୁ ମିଳିଛି। ତେବେ ପଦ୍ମପୁର ଉପଖଣ୍ଡରେ ତାପାମତ୍ରା ୯ ଡିଗ୍ରୀ ଥିବା ବେଳେ ଝାରବନ୍ଧ ଅଞ୍ଚଳ ଘଞ୍ଚ ଜଙ୍ଗଲ ହେତୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଏହି ଅଞ୍ଚଳରେ ପ୍ରଥମ ଥର ବରଫପାତ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରବଳ ଥଣ୍ଡା ହେବାରେ ଲାଗିଛି। ବିଶେଷକରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସମେତ ଆଖପାଖ ଅଞ୍ଚଳର ବିଲମାଳ ଓ ପାଳ ଗଦା ଉପରେ ବରଫପାତ ହୋଇଛି।

Snowfall-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories