ପୁଲିସ ପରିଚୟ ଦେଇ ନର୍ସଙ୍କ ଚେନ୍‌ ଲୁଟ୍‌

ଚୋରଙ୍କ ଅଭିନବ ଚାଲ୍

ବାଲେଶ୍ୱର: ପୁଲିସ ପରିଚୟ ଦେଇ ନର୍ସଙ୍କ ବେକରୁ ସୁନା ଚେନ୍ ଲୁଟ୍‌ । ଏପରି ଅଭିନବ ଉପାୟରେ ଲୁଟ୍‌ ଘଟଣା ସୋର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆଜି ସକାଳୁ ସୋର ଥାନା ଟ୍ରେଜେରି ଛକରୁ ବସ୍‌ ଷ୍ଟାଣ୍ଡ ଅଭିମୁଖେ ଜଣେ ନର୍ସ ଆସୁଥିଲେ।

ମହିଳାଜଣକ ଏକୁଟିଆ ଥିବା ଦେଖି ଦୁଇ ଲୁଟେରା ତାଙ୍କ ନିକଟକୁ ଯାଇଥିଲେ।  ଦାମୀ ଅଳଙ୍କାର ପିନ୍ଧି ରାସ୍ତାରେ ଯିବାକୁ ବାରଣ କରି ତାହାକୁ ବ୍ୟାଗ୍‌ରେ ରଖିବାକୁ ସେମାନେ ନର୍ସଙ୍କୁ ଉପଦେଶ ଦେଇଥିଲେ ।

ନର୍ସଜଣକ ସେମାନଙ୍କ କଥାକୁ ବିଶ୍ୱାସ କରି ବେକରୁ ଚେନ୍ କାଢ଼ି ବ୍ୟାଗ୍‌ରେ ରଖିବା ବେଳେ ଲୁଟେରା ତାହା ଝାମ୍ପି ନେଇଯାଇଛନ୍ତି। ଏ ସମ୍ପର୍କରେ ମହିଳା ଜଣକ ସୋର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଲୁଟେରାଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।

You might also like