ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସ୍ନାନ ନୀତି ସଂପନ୍ନ

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଆୟୋଜିତ ହେଉଛି ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଏବେ ଶ୍ରୀଜିଉମାନଙ୍କ ସ୍ନାନ ନୀତି ସଂପନ୍ନ ହୋଇଥିବା ବେଳେ ଅପରାହ୍ଣରେ ହେବ ହାତୀ ବେଶ। ଭୋର ୪ଟାରୁ ପହଡ଼ ଭଙ୍ଗା ହେବାପରେ ମଙ୍ଗଳ ଆଳତୀ ହୋଇଥିଲା। ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସ୍ନାନ ମଣ୍ଡପରେ ବିଜେ ପରେ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଇଛି।

ତେବେ କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ କରାଯାଇଛି। ବାରିପଦା ବଡଦାଣ୍ଡକୁ ଲାଗିକରିଥିବା ସମସ୍ତ ରାସ୍ତା ସିଲ୍ କରାଯିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଅନ୍ୟପଟେ ଠାକୁରଙ୍କ ପାଇଁ ହୋଇଥିବା ମିଠା ଭୋଗର ମାନକୁ ନେଇ ପୂଜକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାହା ଫଳରେ ଦୁଇ ଘଣ୍ଟା ବିଳମ୍ବ ହୋଇଥିଲା ଦେବନୀତି ବାରିପଦା ଉପ-ଜିଲ୍ଲାପାଳ ପୂଜକଙ୍କୁ ବୁଝାସୁଝା କରିବା ପରେ ନୀତିକାନ୍ତି ପୁଣି ଥରେ ସ୍ୱାଭାବିକ ହୋଇଥିଲା। ତେବେ ଏ ନେଇ ମନ୍ଦିର ପ୍ରଶାସକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like