ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଧଳା ଓ କଳା ହାତୀବେଶରେ ବିଭୂଷିତ ହୋଇଛନ୍ତି ମହାପ୍ରଭୁ। ପାରମ୍ପରିକ ନିୟମ ଅନୁସାରେ ଆଜି ଶ୍ରୀଜିଉଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଇଛି।

ସେହିପରି ମାଆ ସୁଭଦ୍ରାଙ୍କୁ କମଳା ବେଶରେ ସଜା ଯାଇଛି। ଶ୍ରୀଜଗନ୍ନାଥ ଓ ବଡ଼ ଠାକୁର ବଳଭଦ୍ରଙ୍କ ପାଇଁ ହାଣ୍ଡିଆ, ଥୋଡ଼ହସ୍ତ, ଅଧର ତୋରଣ, ଗଜଖୁମ୍ଭ, ତିଲକ, ଛତୀରେ ଦୁଇ ଠାକୁରଙ୍କୁ ସଜା ଯାଇଛି। ସେହିଭଳି ମାଆ ସୁଭଦ୍ରାଙ୍କୁ ତଡ଼କୀ, ଚିତା ତରାସରେ ସଜା ଯାଇଛି।

You might also like