ଶାବର ଶ୍ରୀକ୍ଷେତ୍ରରେ ଏଥର ନିରାଡ଼ମ୍ବର ଭାବେ ହେଲା ଶ୍ରୀଜିଉଙ୍କ ସ୍ନାନଯାତ୍ରା
କୋରାପୁଟ: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ନିରାଡ଼ମ୍ବର ଭାବେ ହାତଗଣତି ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶବର ଜନଜାତିର ଦେବତା ମାତାରବନମଙ୍କ ମନ୍ଦିର ନିକଟ କୂଅରୁ ଆସିଥିବା ଶ୍ରଦ୍ଧାର ଜଳରେ ତିନିଠାକୁରଙ୍କ ସ୍ନାନ କରିଥିଲେ। ଏହାପରେ ଶ୍ରୀଜିଉମାନେ ହାତୀ ବେଶରେ ଦର୍ଶନ ଦେଉଛନ୍ତି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମେଘନାଦ ପାଚେରୀ ମଧ୍ୟରେ କେବଳ କିଛି ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କୁ ସ୍ନାନ ନୀତି ସମ୍ପନ ହୋଇଛି। ତେବେ ଭକ୍ତଙ୍କୁ ମନ୍ଦିର ଆସିବାକୁ ବାରଣ ଥିବାରୁ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣ ପ୍ରଶାସନ ଦ୍ୱାରା ସୋସିଆଲ ମିଡିଆରେ କରାଯାଇଥିବା ସୂଚନା ମିଳିଛି।
ଆଜି ରାତିରେ ତିନିଠାକୁର ଅଣସର ବେଦୀକୁ ଯିବା ପରେ ଆସନ୍ତା ୧୫ ଦିନ ଧରି ଆଦିବାସୀ ସେବକମାନେ ଶ୍ରୀଜିଉଙ୍କ ସେବା କରିବାର ସୁଯୋଗ ପାଇବେ।