ସାପ ଦେହରୁ ବାହାରିଲା ବଂଶୀକଣ୍ଟା
ଭୁବନେଶ୍ୱର : ଅସ୍ତ୍ରୋପଚାର ପରେ ସାପ ଦେହରୁ ବାହାରିଲା ବଂଶୀକଣ୍ଟା। ଭୁବନେଶ୍ୱର ଓୟୁଏଟିର ଏକ ଡ଼ାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି।
ବାଲେଶ୍ୱର ଜଳେଶ୍ୱର ନଛିମପୁର ଅଞ୍ଚଳରେ ଜଣେ ବ୍ୟକ୍ତି ମାଛ ଧରିବା ପାଇଁ ପୋଖରୀରେ ବଂଶୀକଣ୍ଟା ପକାଇଥିବା ବେଳେ ଏକ ସାପ କଣ୍ଟାଟିକୁ ଗିଳିଦେଇଥିଲା। ପରେ ସାପଟିକୁ ଉଦ୍ଧାର କରାଯାଇ ଓୟୁଏଟିକୁ ଅଣାଯାଇଥିଲା। ଓୟୁଏଟିରେ ଏକ୍ସ-ରେ କରିବା ପରେ କଣ୍ଟାଟି ସାପ ଦେହରେ ଥିବା ଜଣାପଡିଥିଲା। ପରେ ଡାକ୍ତରୀ ଟିମ୍ ସହାୟତାରେ ସାପ ଦେହରୁ କଣ୍ଟାଟିକୁ ବାହାର କରାଯାଇ ଚିକିତ୍ସା କରାଯାଇଛି।
ସାପଟିକୁ ୭ରୁ ୧୦ ଦିନ ତତ୍ୱାବଧାନରେ ରଖାଯିବ। ସାପକୁ ତରଳ ପଦାର୍ଥ ଖାଇବାକୁ ଦେବାପାଇଁ ପରାମର୍ଶ ଦିଆଯାଇଛି। ସୁସ୍ଥ ହେବାପରେ ସାପ ଧରାହୋଇଥିବା ସ୍ଥାନରେ ଛଡାଯିବ।