ପଞ୍ଜୁରୀ ଭିତରେ ନାଗ-ଚଢ଼େଇ ଛକାପଞ୍ଝା

ଭୁବନେଶ୍ୱର: ପଞ୍ଜୁରୀ ଭିତରେ ନାଗ ଓ ଚଢ଼େଇ ମଧ୍ୟରେ ଛକାପଞ୍ଝା। ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା ବାଙ୍କୀରେ।

ଗତକାଲି ରାତିରେ ବାଙ୍କୀ ରଗଡି ଗାଁର ସତ୍ୟ ରଞ୍ଜନ ମହାପାତ୍ରଙ୍କ ଘରେ ଥିବା ପଞ୍ଜୁରୀରେ ଏକ ନାଗ ସାପ ଫସି ଯାଇଥିଲା। ଫଳରେ ଚଢ଼େଇମାନେ ଭୟଭୀତ ହୋଇ ଶବ୍ଦ କରିଥିଲେ। ଏହାପରେ ପରିବାର ଲୋକ ପଞ୍ଜୁରୀ ଭିତରେ ଏକ ସାପ ଥିବା ଦେଖି ସ୍ନେକ ହେଲ୍‌ଫ୍‌ ଲାଇନ୍‌ ସହ ଯୋଗାଯୋଗ କରିଥିଲେ।

ଖବର ପାଇ ସ୍ନେକ ହେଲ୍‌ପ୍‌ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗା ମାଧବ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଚଢେଇମାନଙ୍କୁ ସୁରକ୍ଷିତ ଭାବରେ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ। ଏହାପରେ ସାପଟିକୁ ଉଦ୍ଧାର କରିଥିଲେ।

ନାଗ ସାପଟି ସାଢେ ୩ ଫୁଟ ଲମ୍ବର ହେବ ବୋଲି ସ୍ନେକ ହେଲ୍‌ପ୍‌ ଲାଇନ୍‌ ସଂଯୋଜକ ଲଳିତ ମୋହନ ପଣ୍ଡା କହିଛନ୍ତି।

You might also like