• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ମିକ୍ସର ଗ୍ରାଇଣ୍ଡରର ଜାର୍ ଭିତରେ ଫସିଗଲା ଢମଣା ସାପ। ଗତକାଲି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଅନ୍ତର୍ଗତ ବଗଡ଼ିଆ ଗାଁରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା।

ଗାଁର ଜଣେ ବ୍ୟକ୍ତିଙ୍କ ଅଗଣାରେ ଖରାପ ହୋଇଯାଇଥିବା ଏକ ମିକ୍ସର ଗ୍ରାଇଣ୍ଡରର ଜାର୍‌ ରଖାଯାଇଥିଲା। ତେବେ ଏହା ଭିତରେ ଏକ ଢମଣା ସାପ ଫସି ଯାଇଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସ୍ନେକ୍‌ ହେଲ୍‌ପ୍‌ଲାଇନ୍‌କୁ ଖବର ଦେଇଥିଲେ।

ଖବର ପାଇ ସ୍ନେକ୍‌ ହେଲ୍‌ପ୍‌ଲାଇନ୍ ସଦସ୍ୟ ହିମାଂଶୁ ଶେଖର ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ଏକ କଟର୍‌ ସାହାଯ୍ୟରେ ଗ୍ରାଇଣ୍ଡରର ଜାର୍‌କୁ କାଟି ସାପଟିକୁ ବାହାର କରାଯାଇଥିଲା। ଜାର୍‌ ଭିତରେ ଫସି ଯିବା ଫଳରେ ସାପଟିର ଶରୀରରେ କ୍ଷତ ସୃଷ୍ଟି ହୋଇଥିଲା। ଫଳରେ କ୍ଷତ ସ୍ଥାନରେ ବ୍ୟାଣ୍ଡେଜ୍‌ ଲଗା ଯାଇଥିଲା।

ଆଜି ସାପଟିକୁ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଲାଗି ନିଆଯିବ ବୋଲି ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ସୂଚନା ଦେଇଛନ୍ତି।

Snake-inside-a-mixture-grinder-jar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories