ପରିବା ହାଟରେ ସାପ

ଭୁବନେଶ୍ୱର  : ପରିବା ହାଟରେ ସାପ । ଭୁବନେଶ୍ୱର ଝାରପଡ଼ା ପରିବା ହାଟରେ ଜଣେ ପରିବା ବିକାଳି ପରିବା ରଖିବା ପାଇଁ ଟ୍ରେ ଗୁଡିକୁ ସଜାଡ଼ିବା ବେଳେ ସାପର ଗର୍ଜନ ଶୁଣି ଚମକି ପଡିଥିଲେ। ଟ୍ରେରେ ଏକ ବଡ଼ ନାଗ ସାପ ଫସି ଥିବାର ଦେଖିଥିଲେ ।

ଏହା ଦେଖି ଦୋକାନୀ ଜଣକ ସ୍ନେକ୍‌ ହେଲ୍ପ ଲାଇନକୁ ଫୋନ୍ କରିଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାଜେଶ ସୂତାର ଘଟଣାସ୍ଥଳରେ ପହଞ୍ଚି ଏକ ଛୁରୀ ସାହାଯ୍ୟରେ ପ୍ଲାଷ୍ଟିକ୍ ଟ୍ରେକୁ କାଟି ନାଗ ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ ସହର ବାହାରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି।

ସାପଟି ସମ୍ଭବତଃ ବେଙ୍ଗକୁ ଖାଇବା ପାଇଁ ଯାଇ ପ୍ଲାଷ୍ଟିକ ପରିବା ଟ୍ରେରେ ମୁଣ୍ଡ ଗଳେଇ ଦେଇ ଫସିଯାଇଥିବା ଅନୁମାନ କରାଯାଉଛି।

You might also like