କାର୍‌ ଭିତରୁ ସାପ ଉଦ୍ଧାର

ଭୁବନେଶ୍ୱର: କାର୍‌ ଭିତରୁ ଉଦ୍ଧାର ହେଲା ସାପ। ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର ସ୍ଥିତ ଏକ କାର୍‌ ଭିତରୁ ଢମଣା ସାପକୁ ଉଦ୍ଧାର କରାଯାଇଛି। ଏହି ସାପର ଲମ୍ବ ୪ ଫୁଟ୍‌ ବୋଲି ଜଣାପଡ଼ିଛି।

କିଶୋର ଜେନା ନାମକ ଜଣେ ବ୍ୟକ୍ତି ଆଜି ତାଙ୍କ କାର୍‌ ଡିକି ଖୋଲିବା ପରେ ସାପକୁ ଦେଖିଥିଲେ। ଏନେଇ ତତ୍‌କ୍ଷଣାତ ସେ ସ୍ନେକ୍‌ ହେଲ୍ପ ଲାଇନ୍‌କୁ ଫୋନ୍‌ କରିଥିଲେ। ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ ଆସି କାର୍‌ର ଷ୍ଟେପିନ୍‌ ଖୋଲି ଢମଣା ସାପଟିକୁ ଉଦ୍ଧାର କରିଥିଲେ।

You might also like