ସ୍କୁଟି ହାଣ୍ଡେଲ୍‌ ଭିତରୁ ବାହାରିଲା ସାପ

ବାଙ୍କୀ: ସ୍କୁଟି ହାଣ୍ଡେଲ୍‌ ଭିତରୁ ବାହାରିଲା ସାପ। କଟକ ଜିଲ୍ଲା ବାଙ୍କୀ ଚର୍ଚ୍ଚିକା ସାହିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଚର୍ଚ୍ଚିକା ସାହିର ଜଣେ ମହିଳା ସ୍କୁଟି ଷ୍ଟାର୍ଟ କରିବା ମାତ୍ରେ, ହାଣ୍ଡେଲ୍‌ ଭିତରୁ ଏକ ସାପର ମୁଣ୍ଡ ଦେଖାଯାଇଥିଲା। ଏହାଦେଖି ମହିଳା ଜଣକ ଭୟଭୀତ ହୋଇ ଗାଡ଼ି ଛାଡ଼ି ପଳାଇଥିଲେ। ଏହାପରେ ସ୍ନେକ୍‌ ହେଲ୍‌ପ୍‌ଲାଇନ୍‌କୁ ଫୋନ୍‌ କରି ଜଣାଇଥିଲେ।

ଖବରପାଇ ସ୍ନେକ୍‌ ହେଲ୍‌ପ୍‌ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ଏହାକୁ ମହାନଦୀ କୂଳରେ ଛାଡ଼ି ଦେଇଥିଲେ।

You might also like