ଘାତକ ହେଉଛି ସର୍ପାଘାତ ; ରାଜ୍ୟରେ ଚିନ୍ତାଜନକ ଭାବେ ବଢି ଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁ

କଣ୍ଟାବାଞ୍ଜି /ସୁନ୍ଦରଗଡ଼ /ଭୁବନେଶ୍ୱର : ଘାତକ ହେଉଛି ସର୍ପାଘାତ। ରାଜ୍ୟରେ ଚିନ୍ତାଜନକ ଭାବେ ବଢି ଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁ। ଏବେ ଆରମ୍ଭ ହୋଇଛି କାରଣ ଖୋଜା।

ବିଷଧର ସର୍ପ ଦଂଶନରେ ତୁରେକେଲା ଗାଁର ଦୁର୍ଗେଶ ବେନିଆ ନାମକ ପିଲାଟି ଘରେ ଶୋଇଥିବା ବେଳେ ତାକୁ ଏକ ବିଷାକ୍ତ ସାପ ଆଜି ସକାଳେ ଦଂଶିଥିଲା, ତୁରନ୍ତ ପରିବାର ଲୋକେ ମେଡିକାଲ ଆଣିଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ। ଠିକ୍ ଏମିତି ଢଙ୍ଗରେ ଦୁଇ ଦିନ ତଳେ ଅନ୍ୟ ଏକ ଦୁଃଖଦ ଘଟଣାକ୍ରମେ ସୁନ୍ଦରଗଡ଼ ସୁବଳୟା ଗାଁରେ ସାପ କାମୁଡ଼ାରେ ଚିର ନିଦ୍ରାରେ ଶୋଇ ଯାଇଛନ୍ତି ଭାଇ-ଭଉଣୀ।

ଗାଁର ପ୍ରଦୀପ ଦଣ୍ଡସେନାଙ୍କ ପୁଅ-ଝିଅ ରବିବାର ରାତିରେ ଖାଇ ପିଇ ଶୋଇବା ପରେ ଉଭୟଙ୍କୁ ବିଷାକ୍ତ ସାପ କାମୁଡ଼ିଥିଲା। ମେଡିକାଲ  ନିଆଯାଇଥିଲେ ବି କାହାର ଜୀବନ ରକ୍ଷା ହୋଇପାରିନଥିଲା। ଗଲା କିଛି ବର୍ଷ ହେଲା ଓଡ଼ିଶାରେ ଉଦ୍‌ବେଗଜନକ ହାରରେ ବଢି ଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁ। ସରକାରୀ ତଥ୍ୟ କହୁଛି ଗତ ୫ବର୍ଷରେ ରାଜ୍ୟରେ ସର୍ପାଘାତରେ ଯାଇଛି ୨ ହଜାର ୯୫୪ଜଣଙ୍କ ଜୀବନ। ୨୦୧୫-୧୬ରେ ୪୭୮ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୨୦୧୮-୧୯ରେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୮୧୧ରେ ପହଞ୍ଚିଛି॥

ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୭୧ଜଣଙ୍କର ସାପ କାମୁଡରେ ମୃତ୍ୟୁ ଘଟିଛି। ଯାହାକି କୌଣସି ପ୍ରାକୃତିକ ବିପତ୍ତିଠୁ ବି କମ୍ ନୁହେଁ। ଏଠି ପ୍ରଶ୍ନ, ରାଜ୍ୟରେ କାହିଁକି ବଢୁଛି ସର୍ପାଘାତ। ଲୋକଙ୍କ ଅସାବଧାନତା ନା ସରିସୃପଙ୍କ ଇଲାକାରେ ମଣିଷର ଅବାଧ ଅନୁପ୍ରବେଶ? କାରଣ କେତେବେଳେ ଘର ପରିସର ତ ପୁଣି କେତେବେଳେ ଜୋତା ଭିତର ବିଷଧର ସାପଙ୍କୁ ଦେଖିବାକୁ ମିଳୁଛି।

ସେହିପରି ସାପ କାମୁଡ଼ା ରୋଗୀଙ୍କୁ ତୁରନ୍ତ ଡାକ୍ତର ପାଖକୁ ନନେଇ ଏବେ ବି ଲୋକେ ଝଡାଫୁଙ୍କାର ସାହାଯ୍ୟ ନେବା ମୃତ୍ୟୁସଂଖ୍ୟା ବଢିବାର କାରଣ ନୁହେଁ ତ ? ତେବେ ବର୍ଷାଋତୁ ବିଷଧର ସାପଙ୍କ ଅଣ୍ଡା ଦେବା ସମୟ। ଏହି ସମୟରେ ସାବଧାନ ରହିଲେ ହିଁ ଅନେକାଂଶରେ ସାପ କାମୁଡାକୁ ରୋକାଯାଇ ପାରିବ ବୋଲି କହିଛନ୍ତି ବିଶେଷଜ୍ଞ।

ସାପ କାମୁଡ଼ାରେ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ଲକ୍ଷ ଟଙ୍କାର କ୍ଷତିପୂରଣର ବ୍ୟବସ୍ଥା ରଖିଛନ୍ତି। ତେବେ ସାପକାମୁଡା ରୋଗୀଙ୍କୁ ହସପିଟାଲ ଆଣିଲେ ହିଁ ଏହି ସହାୟତା ରାଶି ମିଳିପାରିବ।

ଆହୁରି ପଢ଼ନ୍ତୁ

ରହସ୍ୟରେ ଆଟଲସ୍‌ ସାଇକେଲ୍‌ କଂପାନୀ ମାଲିକଙ୍କ ପତ୍ନୀଙ୍କ ଆତ୍ମହତ୍ୟା !

ମିଶନ ଗଗନଯାନରେ ସାମିଲ ହେବ ଏହି ମହିଳା ରୋବୋଟ

ପିତା ନିଜ ନବଜାତ ପୁଅର ନାଁ ରଖିଲେ ‘କଂଗ୍ରେସ’ !

ସୋଶାଲ୍ ମିଡିଆରେ ଭାଇରାଲ୍ ଡାକ୍ତର-ରୋଗୀଙ୍କ ସୁସଂପର୍କ

ମାସର ସେହି ଦିନର ଯନ୍ତ୍ରଣା ଓ ଘରୋଇ ଉପଚାର…

ହାତ ଠାରି ଡାକେ ପ୍ରକୃତି… ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ସ୍ୱପ୍ନ ହେଲା ସତ ; ଲମ୍ୱା କେଶ ପାଇଁ ବିଶ୍ୱ ରେକର୍ଡ କଲେ ଯୁବତୀ  

୫ଶ୍ରେଣୀ ଛାତ୍ରଙ୍କ ମହତ ଉଦ୍ୟମ ; ପେଟ୍ରୋଲ ଚାଳିତ ସାଇକେଲ ନିର୍ମାଣ କରି ଚର୍ଚ୍ଚାରେ

ମା’ ହେଲେ ୧୧ବର୍ଷୀୟା ଛାତ୍ରୀ, ହଷ୍ଟେଲ୍‌ରେ ଜନ୍ମ କଲେ ପିଲା !

ସ୍ମାର୍ଟଫୋନ୍‌ରେ ବଡ଼ ଡିସ୍‌କାଉଣ୍ଟ , ଏକ୍ସଚେଞ୍ଜ ଅଫର ବି ଉପଲବ୍ଧ : ସୀମିତ ସମୟ

ହେଲମେଟ ନପିନ୍ଧି ଗାଡ଼ି ଚଳେଇଲେ ଲେଖିବାକୁ ହେବ ୧୦୦ ଶବ୍ଦରେ ପ୍ରବନ୍ଧ

ରିଲାକ୍ସ ହ୍ୱାଟ୍ସଆପ୍‌ ୟୁଜର୍‌; ଏବେ ଆଉ ଏମିତି ହେବନି !

You might also like