ସ୍କୁଲରେ ପାଣି ନ ଥିବାରୁ ପୋଖରୀକୁ ଯାଇଥିଲେ, କାମୁଡ଼ି ଦେଲା ସାପ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ୍‌ ରାମସାହି ଆଶ୍ରମ ସ୍କୁଲର ଜଣେ ଛାତ୍ରଙ୍କୁ ସାପ କାମୁଡ଼ି ଦେଇଛି। ତାଙ୍କ ନାଁ ବିଶ୍ୱନାଥ କେରାଇ। ସେ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି।

ସୂଚନା ଅନୁସାରେ, ସ୍କୁଲରେ ପାଣି ନ ଥିବାରୁ ବିଶ୍ୱନାଥ ନିକଟସ୍ଥ ପୋଖରୀକୁ ଯାଇଥିଲେ। ସେଠାରେ ପୋଖରୀରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ଯଶୀପୁର ମେଡ଼ିକାଲ୍‌ ଓ ପରେ ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସ୍କୁଲରେ ୨ଦିନ ଧରି ଲଗାତର ବିଦ୍ୟୁତ୍‌ କାଟ୍ ହେଉଥିବାରୁ ପାଣିର ଅଭାବ ଥିଲା ବୋଲି ଜଣାପଡ଼ିଛି।

You might also like