ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଗିରଫ ହେଲେ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର। ଏହି ମାମଲାର ତଦନ୍ତ କରୁଥିବା ଧର୍ମଶାଳା ଥାନା ପୁଲିସ ରୂପେଶଙ୍କୁ ଗିରଫ କରିଛି। ରୂପେଶଙ୍କ ସହ ସ୍ମିତାରାଣୀଙ୍କ ଦୀର୍ଘଦିନର ସମ୍ପର୍କ ଥିଲା। ତେବେ କିଛିଦିନ ହେଲା ସେମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା ବୋଲି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ଯାଜପୁର ଏସ୍‌ପି। ତେବେ ଏସମ୍ପର୍କିତ ସମସ୍ତ ଘଟଣା ଆଗକୁ ଜଣାପଡ଼ିବ।

ସ୍ମିତାଙ୍କ ମୃତ୍ୟୁ ଘଟଣାରେ ରୂପେଶଙ୍କୁ ଗୁରୁବାରଠୁ ଅଟକ ରଖି ପଚରାଉଚରା କରୁଥିଲା ପୁଲିସ। ରୂପେଶଙ୍କ ସହିତ ଏହି ମାମଲାରେ ମୋଟ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୁଲିସ।

ଏହାର କିଛି ସମୟ ପୂର୍ବରୁ ବିଜେପି ମଧ୍ୟ ଏକ ପ୍ରେସ୍‌ମିଟ୍‌ କରି ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲା। ଗତକାଲି ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲା। ଏହାପରେ ଆଜି ଗଣମାଧ୍ୟମ ସାମ୍ନାରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ରଖିଥିଲା।

ପ୍ରକାଶ ଥଉକି, ଗତ ୧୬ ତାରିଖରେ ରୂପେଶଙ୍କ ଗେଷ୍ଟ ହାଉସରେ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହାପରେ ଗତ ୪ ଦିନ ଧରି ଖୋଳତାଡ଼ ଚଲାଇଥିଲା ପୁଲିସ।

 

You might also like