ସ୍ମିତାରାଣୀଙ୍କ ବାପା କହିଲେ ‘ମୋ ଜୀବନ ପ୍ରତି ବିପଦ ଅଛି’

ଭୁବନେଶ୍ୱର: ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସ୍ମିତାଙ୍କ ବାପା ସଦାନନ୍ଦ ବିଶ୍ୱାଳ। OTVକୁ ପ୍ରତିକ୍ରିୟା ଦେଇ ସଦାନନ୍ଦ ବିଶ୍ୱାଳ କହିଛନ୍ତି ଯେ, ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ବି ମାରିଦେବେ। ଗୃହ ମନ୍ତ୍ରୀ ନିଜେ ଯଦି ଏକଥା କହିବେ ମୁଁ ଆଉ କାହାକୁ କହିବି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଏଠାକୁ ଆସିଛନ୍ତି ନା ମୋତେ କିଛି ପଚାରିଛନ୍ତି। ତାଙ୍କର ପାୱାର ଅଛି, ସେ ମନେ ମନେ ଯାହା କହିବେ। ତାଙ୍କ ପାଖରେ କଳ ବଳ ସବୁ ଅଛି, ମୋ ପାଖରେ କିଛି ନାହିଁ।

ସେ ପୁଲିସ ବାବୁ କହିବାରୁ ସେତେବେଳେ ମୁଁ ଆତ୍ମହତ୍ୟା କରିଥିବା ଲେଖିଦେଲି। ପ୍ରକୃତରେ କିନ୍ତୁ ତାକୁ ହତ୍ୟା କରି ଟାଙ୍ଗି ଦିଆଯାଇଛି। ମହିଳା କମିଶନ ମୋ ପାଖକୁ ନ ଆସି କହିଲେ ତଦନ୍ତ ସରିଯାଇଛି। ଏସ୍‌ପି ମନଇଛା ତା ଚରିତ୍ର ସଂହାର କରି ବୟାନ ଦେଇଦେଲେ। ଏସ୍‌ପି କାହା କଥାରେ କହିଲେ ମୋ ଝିଅର ଚରିତ୍ର ଖରାପ ? ସେ ମୋ ଝିଅକୁ ଜାଣିଥିଲେ, ମୋତେ ପଚାରିଥିଲେ କି ବୋଲି ସଦାନନ୍ଦ ପ୍ରଶ୍ନ କରିଛନ୍ତି। ଏଭଳି ତଦନ୍ତରେ ମୁଁ ସନ୍ତୁଷ୍ଟ ନୁହେଁ ବୋଲି ସଦାନନ୍ଦ କହିଛନ୍ତି। ସିବିଆଇ ତଦନ୍ତ ନହେଲେ ମୁଁ ନ୍ୟାୟ ପାଇବି ନାହିଁ ବୋଲି ସଦାନନ୍ଦ କହିଛନ୍ତି। ମୋ ଜୀବନ ପ୍ରତି ବିପଦ ଅଛି, ମୁଁ ଭୟଭୀତ ଅବସ୍ଥାରେ ଅଛି। ମୋତେ ମାରିଦେବାକୁ ତାଙ୍କୁ କେତେ ସମୟ ଲାଗିବ ବୋଲି ସଦାନନ୍ଦ କହିଛନ୍ତି।

ମୋତେ ମାରିଦେବେ, କହିବେ ଝିଅ ଦୁଃଖରେ ଆତ୍ମହତ୍ୟା କରିଦେଲା ବୋଲି ସଦାନନ୍ଦ କହିଛନ୍ତି। ସ୍ମିତାରାଣୀ ମୃତ୍ୟୁ ମାମଲାରେ ବିଧାନସଭାରେ ଆଜି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ବେକରେ ଦଉଡ଼ି ଲାଗି ଶ୍ୱାସରୁଦ୍ଧ ଯୋଗୁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ମିତାଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ଆସିଛି। ରୂପେଶ ଭଦ୍ରଙ୍କ ନାଁରେ ଯଥେଷ୍ଟ ପ୍ରମାଣ ମିଳିବାରୁ ଗିରଫ କରାଯାଇଛି। ଦଫା ୩୦୬ରେ ରୂପେଶ ଭଦ୍ରଙ୍କୁ ଗିରଫ କରାଯାଇଛି। ରୂପେଶ ଭଦ୍ର ଏବେ ଜେଲରେ, ତଦନ୍ତ ଚାଲୁ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଶା ପୋଲିସ୍ ଡିଜିଙ୍କୁ ଜାତୀୟ ST କମିଶନଙ୍କ ଚିଠି

କରୋନାରୁ ସୁସ୍ଥ ହେଲେ ୧୭୮୫ ଆକ୍ରାନ୍ତ

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ପୋଲିସ୍ ଡିଜି

କୁଷ୍ଠରୋଗୀ କହି ବାସନ୍ଦ କରିଦେଲେ, ପାଇପ୍ ଭିତରେ ବିତୁଛି ଜୀବନ

ଭାଇରାଲ୍ ଅଡ଼ିଓ ପ୍ରସଙ୍ଗ: ଲକ୍ଷ୍ମୀକାନ୍ତଙ୍କୁ ପୋଲିସ ଉଠାଇ ନେବା ପରେ ଚିନ୍ତାରେ ବାପା ଶଯ୍ୟାଶାୟୀ

ଅଡିଓ ଭାଇରାଲ ପ୍ରସଙ୍ଗ: ଗିରଫ ଲକ୍ଷ୍ମୀକାନ୍ତଙ୍କୁ ଭେଟିଲା କଂଗ୍ରେସ

ଲୋକଙ୍କ ପ୍ରଶ୍ନର ଉତ୍ତର ରଖିବାକୁ କାହିଁକି ଡରୁଛନ୍ତି ରାଜ୍ୟ ସରକାର?

ଭୁବନେଶ୍ୱରରୁ ଆଉ ୧୦୯ କରୋନା ପଜିଟିଭ୍ ଚିହ୍ନଟ

ଆଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ଦେଲା ଓଟିଭି

କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ

ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସମ୍ୱଲପୁରରେ ହେବନି ସଟ୍‌ଡାଉନ୍

You might also like