ଆରଟିଓ ଅଫିସ୍‌ରେ ଆଉ ଲାଗିବନି ଲମ୍ବା ଧାଡ଼ି: ସ୍ମାର୍ଟ ଧାଡିରେ ଛିଡ଼ା ହେବେ ଲୋକ

ଭୁବନେଶ୍ୱର: ଆରଟିଓରେ ଆଉ ଲାଗିବନି ଲମ୍ବା ଧାଡ଼ି। ଆଗାମୀ ସମୟେର ଡ୍ରାଇଭିଂ ଲାଇସନ୍ସ କିମ୍ବା ଅନ୍ୟ କାମ ପାଇଁ ଲୋକଙ୍କୁ ଅଧିକ ସମୟ ଛିଡ଼ା ହେବାକୁ ପଡ଼ିବନି। ଏଥିପାଇଁ ଲୋକଙ୍କୁ ସ୍ମାର୍ଟ ଧାଡ଼ିରେ ଛିଡ଼ା କରାଇବାକୁ ରାଜ୍ୟ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ଖୁବ ଶୀଘ୍ର ଓ ସହଜ କାମ ଲାଗି ଲୋକଙ୍କୁ ସ୍ମାର୍ଟ ଧାଡିରେ ଛିଡ଼ା କରାଇବାର ନୂଆ ଯୋଜନା କରିଛି।

ରାଜ୍ୟ ପରିବହନ ବିଭାଗ ଏନେଇ ନ୍ୟାସନାଲ୍ ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ସହ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର-୧, କଟକ, ଗଞ୍ଜାମ, ପୁରୀରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଏଭଳି ନିଷ୍ପତ୍ତି ନିଅଯାଇଛି। ଆରଟିଓ ଅଫିସରେ କୌଣସି କାମ ଥିଲେ ସେମାନେ ଅନଲାଇନରେ ଗୋଟିଏ ସ୍ଲଟ ବୁକିଂ କରିପାରିବେ।

ଘରେ ବସି ସମୟ ଓ ତାରିଖ ନିର୍ଦ୍ଧାରଣ କରି ଆରଟିଓ ଅଫସିକୁ ଆସିବେ। ତାରିଖ କିମ୍ବା ସମୟ ପୂର୍ବରୁ କିମ୍ବା ପରେ ଅଫିସ ଆସିଲେ କାମ ହୋପାରିବ ନାହିଁ। ତେବେ ଅଫସିକୁ ଆସିଲା ପରେ ଏକ ଟୋକନ୍ ଦିଆଯିବ, ଆଉ ତା’ପରେ ସଂପୃକ୍ତ ବ୍ୟକ୍ତି କମ୍ପ୍ୟୁଟର ସ୍କ୍ରିନରେ ସମସ୍ତ ବିବରଣୀ ଦେଖିପାରିବେ। ତେବେ ଏଥିପାଇଁ ପୂର୍ବରୁ ମୋବାଇଲକୁ ମେସେଜ୍ ଚାଲିଯିବ। ସ୍ଲଟ୍ ଆସିବା ଯାଏ କୌଣସି ସ୍ଥାନରେ ବସି ନିଜର ଅନ୍ୟ କାମ କରିପାରିବେ। ସମୟ ପରିଚାଳନା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।

You might also like