ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ମୋ ବାପାଙ୍କୁ ଭଗବାନ୍ ଭଲ କରି ଦିଅନ୍ତୁ । ଭଲ ହୋଇ ମୋ ବାପା ମୋ ପାଖକୁ ଫେରି ଆସନ୍ତୁ । ଭଲ କରି କଥା କହିପାରୁ ନଥିବା କୁନି ଝିଅ ବାପାଙ୍କୁ ବଞ୍ଚାଇବାକୁ ଗୁହାରୀ କରୁଛି । ରକ୍ତଦେଇ ଦିନେ ଅନ୍ୟ ମାନଙ୍କ ପାଇଁ ସାଜିଥିଲେ ଜୀବନ ଦାତା  ନୟାଗଡ଼ର ଅମୂଲ୍ୟ କୁମାର । ହେଲେ ବିଧାତାର ବିଡମ୍ବନା  ବଂଚିବା ପାଇଁ ଏବେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି । କରୋନାରେ ଫୁସଫୁସ ସଂକ୍ରମଣ ହୋଇ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ECMO ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ନୟାଗଡ଼ ଦେବୋତ୍ତର କଲୋନୀର ଅମୂଲ୍ୟ କୁମାର ପରିଡ଼ା କରୋନାରେ ଆକ୍ରାନ୍ତ ହୋଇ ଭୁବନଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେ ଅମୂଲ୍ୟଙ୍କର ECMO ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର । ତେବେ ECMO ଚିକତ୍ସା ପାଇଁ ରାଜ୍ୟ ବାହାରକୁ ତାଙ୍କୁ ସ୍ଥାନାନ୍ତରିତ କରିବାକୁ ପଡ଼ିବ । ଆଉ ଏଥିପାଇଁ ଦରକାର ପ୍ରାୟ କୋଟିଏରୁ ଦେଢ଼ କୋଟି ଟଙ୍କା । ନୟାଗଡ଼ରେ ଜଣେ ସାମାନ୍ୟ କମ୍ପୁଟର ମେକାନିକ ଭାବେ କାମ କରୁଥିବା ଅମୂଲ୍ୟଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ଅସମ୍ଭବ । ତାଙ୍କ ଚିକତ୍ସା ପାଇଁ ସରକାର ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡିଛନ୍ତି ପତ୍ନୀ ମଧୁସ୍ମିତା ।

ଅଭାବୀ ଲୋକମାନଙ୍କ ପାଇଁ ବାରମ୍ବାର ରକ୍ତ ଦାନ କରି ତଥା ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଯୁବ ସ୍ବେଛାସେବୀ ଅମୂଲ୍ୟଙ୍କ ଚିକିତ୍ସା ପାଇଁ ପାଇଁ ସୋସିଆଲ ମିଡିଆରେ ଜୋରଦାର କ୍ୟାମ୍ପେନ ଚାଲୁଛି । ଏବେ ଅମୂଲ୍ୟଙ୍କ ପାଇଁ ବନ୍ଧୁ ଓ ପଡୋଶୀମାନଙ୍କ ସାହାଯ୍ୟର ହାତ ଲମ୍ବିଛି । ଅମୂଲ୍ୟଙ୍କ ୩ବର୍ଷର କୁନି ଝିଅ ଏବେ ବାପାଙ୍କ ଚିକତ୍ସା ପାଇଁ ସୋସିଆଲ ମିଡିଆରେ ଲୋକଙ୍କୁ ନିବେଦନ କରିବା ସହ ପରିବାର, ପଡୋଶୀ ସରକାର ଓ ବଦାନ୍ୟ ଲୋକଙ୍କୁ ଯଥାସମ୍ଭବ ଆର୍ଥିକ ସହାୟତା ଦେବାପାଇଁ ନିବେଦନ କରିଛି । ତେବେ ସୋସିଆଲ ମିଡିଆରୁ ଖବର ପାଇ ପ୍ରିନ୍ସ ଫାଉଣ୍ଡେସନ ଆଦି ଅନେକ ଅନୁଷ୍ଠାନ ୧ ଲକ୍ଷ ଟଙ୍କା ସାହାଯ୍ୟ କରିଥିବା ବେଳେ ଅଧିକ ଅର୍ଥ କୋଉଠୁ ଆସିବ ସେ ଚିନ୍ତାରେ ଅମୂଲ୍ୟଙ୍କ ପରିବାର ।

ପତ୍ନୀ: ମଧୁସ୍ମିତା ଲେଙ୍କା
ଖାତା ସଂଖ୍ୟା – 3368101008045
CANARA BANK
IFSC CODE- CNRB0003368
Gpay / PHONEpe number – 9583111610
ଅନୁସନ୍ଧାନ ପାଇଁ 9040608020/8249992996 ନମ୍ବରରେ ଯୋଗାଯୋଗ କରିପାରିବେ I

Other Stories