ଅନ୍ଧାରରେ ୨ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ପୁରୀ: ଯୋଜନା ହେଲା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ। ଏଥିପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇ ପୁରୀ ଓ କୋଣାର୍କରେ ହସ୍ପିଟାଲ୍ ବି ତିଆରି ହେଲା। ହେଲେ ବିଡମ୍ବନାର ବିଷୟ ଯେ ୩ ବର୍ଷ ହେବ ସରକାର ହସ୍ପିଟାଲ୍‌କୁ କାର୍ଯ୍ୟକ୍ଷମ କରିପାରୁ ନାହାନ୍ତି। ନବକଳେବର ବେଳେ ଆରମ୍ଭ ହୋଇଥିବା ୨୦୦ ବେଡ୍ ହସ୍ପିଟାଲର ଭାଗ୍ୟ ଅନ୍ଧାରକୁ ଚାଲିଯାଇଛି।

ପୁରୀରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ତିଆରି ହୋଇଛି। ଯାହାକୁ ନବକଳେବର ପୂର୍ବରୁ ୨୦୧୫ ଜୁଲାଇ ୪ ତାରିଖରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହାକୁ ନିମାର୍ଣ କରିବାରେ ପ୍ରାୟ ୫ କୋଟି ୫୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ୩ ବର୍ଷ ପରେ ହସ୍ପିଟାଲ୍‌ର ଅସ୍ତ୍ରୋପଚାର ଗୃହ ସରକାରୀ କର୍ମଚାରୀଙ୍କ ଅସ୍ଥାୟୀ ଆଶ୍ରୟ ସ୍ଥଳ ପାଲଟିଛି।

ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି ଅନୁସାରେ ତିନି ମହଲା ବିଲ୍‌ଡିଂର ତଳ ଫ୍ଲୋରରେ ୨ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସହ ରୋଗୀ ସେବା ହେବ। ଉପର ୨ଟି ବିଲ୍‌ଡିଂରେ ଆୟୁର୍ବେଦିକ ମହାବିଦ୍ୟାଳୟର ଲାଇବ୍ରେରୀ, ରିଡିଂ ରୁମ ଓ ଲେକ୍‌ଚର ଥିଏଟର ରହିବ। ହେଲେ ଏପର୍ଯ୍ୟନ୍ତ ରୋଗୀ ସେବା  ଆରମ୍ଭ ହୋଇପାରିନି। ଆୟୁଷ ଓ ସ୍ୱାସ୍ଥ୍ୟ ବିଭାଗ ଭିତରେ ଟଣାଓଟରା ଯୋଗୁ ହସ୍ପିପିଟାଲ ଆଉ ଖୋଲିବାର ସମ୍ଭାବନା ନାହିଁ।

ସେହିପରି କୋଣାର୍କରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ କରି ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ଟ୍ରମା କେୟାର ସେଣ୍ଟର କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୫ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିଲା। ଆଉ ତିନି ବର୍ଷ ପରେ ୩ ମହଲା ବିଲ୍‌ଡିଂର ତଳ ମହଲାରେ ଜଣେ ଆୟୁଷ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ଦ୍ୱାରା ସ୍ୱାସ୍ଥ୍ୟ ସେବା ଚାଲିଛି। ବାକି ଉପର ଦୁଇ ମହଲା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ସ୍ୱାସ୍ଥ୍ୟ ବିଭାଗ କହୁଛି ଏଠି ହସ୍ପିଟାଲକୁ କାର୍ଯ୍ୟକ୍ଷମ ପାଇଁ ସରକାର ପଦକ୍ଷେପ ନେଉଛନ୍ତି।

କୋଣାର୍କ ଓ ପୁରୀର ହସ୍ପିଟାଲ ପାଇଁ ସ୍ୱାସ୍ଥ୍ୟ ବିଭାଗ ୧୦ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହା ହୋଇଥିଲା ତାହା ପୂରଣ ହୋଇ ନଥିବାରୁ ସିଏଜି ଏହାକୁ ନେଇ ସରକାରଙ୍କ ପାଖରୁ ଜବାବ ତଲବ କରିଛି।

(ପୁରୀରୁ ମଧୁସୂଦନ ମିଶ୍ର, କୋଣାର୍କରୁ ସଂଜୟ ପତି ଓ ଭୁବନେଶ୍ୱରରୁ ଶାନ୍ତିଭୂଷଣ ମିଶ୍ରଙ୍କ ରିପୋର୍ଟ)

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like