ଅତିରିକ୍ତ ପୁଲିସ ଡିଜିଙ୍କ ଝିଅଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଲେ କନଷ୍ଟେବଳ

ଭୁବନେଶ୍ୱର: ପୁଲିସ ଏଡିଜିଙ୍କ ଝିଅକୁ ଟ୍ରାଫିକ୍ କନଷ୍ଟେବଳଙ୍କ ମାଡ଼ ଅଭିଯୋଗ ଘଟଣାକୁ ନେଇ ସଂପୃକ୍ତ ଟ୍ରାଫିକ କନଷ୍ଟେବଳ ଥାନାରେ ଏତଲା ଦେଇଛନ୍ତି। ଏନେଇ ଆଜି ଟ୍ରାଫିକ୍ କନଷ୍ଟେବଳ ପୁଷ୍ପଲତା ଭୋଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ପରେ ପୁଲିସ ପକ୍ଷରୁ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଗତକାଲି ଏଜି ଛକରେ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ଜଣେ ମହିଳା ଟ୍ରାଫିକ୍‌ କନଷ୍ଟେବଳ ପୁଲିସ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ଝିଅକୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା। ପରେ ଘଟଣା ସଂପର୍କରେ ସେ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ।

ତେବେ ସମ୍ପୃକ୍ତ ଟ୍ରାଫିକ କନଷ୍ଟେବଳ ମାଡ଼ ମାରିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଟ୍ରାଫିକ କନଷ୍ଟେବଳଙ୍କ ଅଭିଯୋଗ ଆଧାରରେ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ପୁଲିସ ଘଟଣାର ତଦନ୍ତ କରୁଛି।

 

ଆହୁରି ପଢ଼ନ୍ତୁ

You might also like