ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ନେଇ ବିଜେଡି-ବିଜେପି ଛକାପଞ୍ଛା
ଯୁବପୀଢିଙ୍କ ଭବିଷ୍ୟତ ସହ ବି ରାଜନୀତି ଖେଳ
ଭୁବନେଶ୍ୱର : ଯୁବପୀଢ଼ିଙ୍କୁ ଦରଦ ଦେଖାଇବା ପାଇଁ କେନ୍ଦ୍ର-ରାଜ୍ୟ ଭିତରେ ଟଣାଓଟରା। ଉଭୟଙ୍କ ଅସ୍ତ୍ର ଦକ୍ଷତା ବିକାଶ । ବେରୋଜଗାରଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କେଉଁ ସରକାର କଣ କରିଛନ୍ତି ଓ ଭବିଷ୍ୟତ ପନ୍ଥା କଣ ତାକୁ ନେଇ ଚାଲିଛି ପ୍ରଚାରର ପ୍ରତିଯୋଗିତା । କେନ୍ଦ୍ରର କାର୍ଯ୍ୟକ୍ରମକୁ ରାଜ୍ୟ ବୟକଟ୍ କରୁଥିବାବେଳେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ଦକ୍ଷତା ବିକାଶ ପାଇଁ ଦିଅାଯାଉଥିବା ଟଙ୍କାକୁ ଖର୍ଚ୍ଚ କରୁନାହାଁନ୍ତି ରାଜ୍ୟ ସରକାର। ଛକାପଞ୍ଝା ଭିତରେ ଏବେ ଯୁବକଙ୍କ ଦକ୍ଷତା ବିକାଶକୁ ନେଇ ଅାରମ୍ଭ ହୋଇଛି ରାଜନୀତି ।
ନ୍ୟାସନାଲ୍ ସ୍କିଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ । ବାରଙ୍ଗରେ ୧୬୦ କୋଟି ଟଙ୍କା ବିନିଯୋଗରେ କେନ୍ଦ୍ର କରିବ ପ୍ରତିଷ୍ଠାନ। କିନ୍ତୁ କେନ୍ଦ୍ରର ଏହି ଅାଭିମୁଖ୍ୟ ଏବଂ ଉତ୍ସବକୁ ବୟକଟ୍ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ଉଷା ଦେବୀ ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି, ସାମିଲ ହୋଇନାହାଁନ୍ତି ଏହି କାର୍ଯ୍ୟକ୍ରମରେ।
ଗତକାଲି ଦକ୍ଷତା ବିକାଶ ଦିବସକୁ ଉଭୟ କେନ୍ଦ୍ର ଓ ରାଜ୍ୟ ନିଜ ନିଜ ଢ଼ଙ୍ଗରେ ପାଳିବା ସହ ବଡ଼ ବଡ଼ ବିଜ୍ଞାପନରେ ନିଜ ପାରିବା ପଣିଅାର ଚିତ୍ର ବଖାଣିଥିଲେ। ଅାଞ୍ଚଳିକ ଇଣ୍ଡିଅା ସ୍କିଲ୍ ପ୍ରତିଯୋଗିତା ଓଡ଼ିଶାରୁ ଅାୟୋଜିତ ହେଲା ବୋଲି ଘୋଷଣା କରିଥିଲେ କେନ୍ଦ୍ର ସରକାର। ଅାଉ ଏପଟେ ‘ଓଡ଼ିଶାର ବେଷ୍ଟ, ଦୁନିଅାର ନେକ୍ସଷ୍ଟ’ର ନାରା ଦେଇ ୨୦୨୦ ପାଇଁ ରାଜ୍ୟ ସରକାର ତାଙ୍କ ଲକ୍ଷ୍ୟର