ଖୋଲିବ କି ଶ୍ରୀମନ୍ଦିର ? ୧୨ରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: କରୋନା ପାଇଁ ଦୀର୍ଘ ମାସ ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତା ୧୨ତାରିଖରେ ବୈଠକ ବସିବ। ନୀଳାଦ୍ରୀ ଭକ୍ତ ନିବାସରେ ବସିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଛତିଶାନିଯୋଗ ବୈଠକରେ ଅଧ୍ୟକ୍ଷତା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଆଲୋଚନା ପାଇଁ  ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗ ବୈଠକ ଡାକିଛି। ଏଥିସହ ବୈଠକ ପାଇଁ ସମସ୍ତ ସେବାୟତ ନିଯୋଗକୁ ଚିଠି ମଧ୍ୟ କରାଯାଇଛି। ବୈଠକରେ ୪ଟି ପ୍ରସଙ୍ଗରେ ଆଲୋଚନା ହେବ।

ପହିଲି ଭୋଗ ନୀତି, ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ପାଇଁ ନୀତିନିର୍ଘଣ୍ଟ ହେବ।  ଶ୍ରୀମନ୍ଦିରକୁ ଦର୍ଶନାର୍ଥୀଙ୍କୁ ପ୍ରବେଶ ଅନୁମତି ଉପରେ ମଧ୍ୟ ଆଲୋଚନା ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି।

କରୋନା ମହାମାରୀ ଯୋଗୁ ଜଗତର ନାଥ ଜଗନ୍ନାଥଙ୍କୁ ଦେଖିପାରୁନି ଭକ୍ତ। ସମସ୍ତ ନିତିକାନ୍ତି ହେଉଥିଲେ ବି ଜଗାକୁ ଦେଖିବା ମନା। ଶ୍ରୀମନ୍ଦିର ଖୋଲିବା ନେଇ ସେବାୟତଙ୍କଠାରୁ ଆରମ୍ଭ କରି ଭକ୍ତମାନେ ସମସ୍ତେ ଅନେକ ସମୟରେ ଦାବି କରି ଆସୁଛନ୍ତି। ଘଣ୍ଟ ବାଡ଼େଇ ପ୍ରତିବାଦ ମଧ୍ୟ କରୁଛନ୍ତି। ଏପରି ସ୍ଥଳରେ ୧୨ ତାରିଖରେ ବସୁଥିବା ବୈଠକରେ କଣ ନିଷ୍ପତ୍ତି ନିଆଯିବ ତାକୁ ଅପେକ୍ଷା।

You might also like