• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଗଞ୍ଜାମ: ଦଶାହ କାର୍ଯ୍ୟରେ ବ୍ୟସ୍ତ ଥିଲେ ସମସ୍ତେ। ବାପାମା, ପରିବାର ଓ ବନ୍ଧୁ ବର୍ଗ ସମସ୍ତେ କାହା ପାଖରେ ତର ନଥିଲା । ଏପଟେ କାର୍ ଭିତରେ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଢଳୁଥିଲା ପୁଅ । ସେଥିପ୍ରତି କାହାର ନିଘା ନଥିଲା । ଶେଷରେ ସବୁ କାମ ସାରି ଖୋଜିବାରୁ କାର୍ ଭିତରେ ଅଚେତ୍‌ ଅବସ୍ଥାରେ ମିଳିଥିଲା ପୁଅ । ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ହଳନ୍ଦଖୋଳା ଗ୍ରାମରେ ।

କାର ଭିତରେ ଶ୍ୱାସ ରୁଦ୍ଧ ହୋଇ ୬ବର୍ଷ ଶିଶୁପୁତ୍ର ର ମୃତ୍ୟୁ ହୋଇଛି । ପଥରା ପଲ୍ଲୀ ଗ୍ରାମର ବିକ୍ରମ ପ୍ରଧାନ ସୁରତରେ ରହୁଥିବା ବେଳେ ଜଣେ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ତାଙ୍କ ପତ୍ନୀ ଓ ପୁଅ ହଳନ୍ଦଖୋଳା ଗ୍ରାମକୁ ଯାଇଥିଲେ ।

ଦଶାହ କାର୍ଯ୍ୟରେ ସମସ୍ତେ ବ୍ୟସ୍ତ ଥିବାରୁ ପୁଅ ସାଇ ବାହାରେ ଖେଳିବା ପରେ କାରରେ ଯାଇ ବସିଥିଲା । ଗାଡିର କାଚ ଝରକା ସବୁ ବନ୍ଦ ଥିବାରୁ ସାଇ ଭିତରେ ଅଣ ନିଶ୍ୱାସୀ ହୋଇପଡ଼ିଥିଲା । ଗାଡ଼ି ଭିତରୁ ସେ ଡୋର ଖୋଲି ବାହାରକୁ ଆସି ପାରି ନଥିଲା । ବହୁ ସମୟ ପରେ ଘର ଲୋକେ ସାଇକୁ ଖୋଜା ଖୋଜି କରିବା ପରେ କାର ଭିତରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

https://youtu.be/qEzShJP8GSU

Six-year-old-boy-suffocates-to-death-inside-a-car-in-ganjam
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories