୧୦ ଡିଗ୍ରୀ ତଳେ ରାଜ୍ୟରେ ୬ଟି ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଆଜି ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି।

ଫୁଲବାଣୀରେ ସବୁଠୁ ଅଧିକ ଶୀତ ହେଉଛି। ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୭.୩ ଡଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ ରହିଥିବା ବେଳେ କୋରାପୁଟରେ ୯, ସୋନପୁରରେ ୯.୫, ଦାରିଙ୍ଗବାଡ଼ିରେ ୯.୬ ଓ ଭବାନୀପାଟଣାରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଓ କଟକରେ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ରହିଥିବା ବେଳେ କଟକରେ ୧୧.୮ ଡିଗ୍ରୀ ରହିଛି।

ସୂଚନାଯୋଗ୍ୟ, ଗତ ତିନି ଦିନ ହେବ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି।

You might also like