ପରିବାରର ୫ ଜଣଙ୍କ ମୃତ୍ୟୁ ଘଟଣା: ଗୁଣି ଗାରେଡ଼ି ନେଇ ହତ୍ୟା ସନ୍ଦେହରେ ୬ଜଣଙ୍କୁ ଉଠାଇ ନେଲା ପୁଲିସ୍‌

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦୁପୁର ଗାଁର ଜଣେ ମହିଳା ଓ ତାଙ୍କର ୪ ପିଲାଙ୍କୁ ହତ୍ୟା ସନ୍ଦେହ ଘଟଣାରେ ପୁଲିସ୍‌ ୬ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଶାବଳ ଜବତ ହୋଇଥିବା ସୂଚନା ମିଳିଛି।

ଅଟକ ଅଭିଯୁକ୍ତ ମାନେ ମୃତକଙ୍କ ପଡୋଶୀ ବୋଲି ଜଣାପଡ଼ିଛି।  ଗତକାଲି ଦିନ ତମାମ ଘଟଣାର ଖୋଳତାଡ଼ କରିବା ପରେ ଅପରାହ୍ନରେ ଗାଁ ନିକଟ କୂଅ ଭିତରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ମୃତକମାନେ ହେଲେ ମାଙ୍ଗିରି ମୁଣ୍ଡା ଏବଂ ତାଙ୍କର ୨ ଝିଅ ଓ ୨ ପୁଅ। ପ୍ରଥମେ ପାଣିରେ ଭାସୁଥିବା ଅବସ୍ଥାରେ ମା’ ଓ ବଡ଼ଝିଅକୁ ଉଦ୍ଧାର କରିଥିଲା ପୁଲିସ୍‌। ପରେ ଅନ୍ୟ ୩ ଭାଇ ଉଭଣୀଙ୍କୁ ଉଦ୍ଧାର କରିବା ପରେ ମୃତଦେହ ଗୁଡ଼ିକୁ ପୁଲିସ୍‌ ଜବତ କରିଥିଲା

ଘରେ ରକ୍ତ ଛିଟା ଓ ଭଙ୍ଗାରୁଜା ହୋଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍‌ ସନ୍ଦେହ କରୁଛି। ଗୁଣି ଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ପୁଲିସ୍‌ ଅନୁମାନ କରି ୬ଜଣଙ୍କୁ ଅଟକ ରଖିଛି।

You might also like