ଓଡ଼ିଶାରେ ଖୋଲିବ ଆଉ ୬ ନୂଆ ଥାନା

ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ଆଉ ୬ ନୂଆ ଥାନା। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି।

ବର୍ତ୍ତମାନ ଥିବା ୬ଟି ଥାନାର ପରିସୀମା ଭଙ୍ଗାଯାଇ ଦୁଇ ଭାଗ କରାଯିବ। ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା ଦୁଇ ଭାଗ ହେବ। ସେହିପରି ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା ବି ଦୁଇ ଭାଗ ହେବ।

ଓଡ଼ିଶା ପୋଲିସର ୯୦୫ ପଦବୀର rationalisationକୁ ବି ମଞ୍ଜୁରୀ ମିଳିଛି।

You might also like