ଋଷିଆ ଉପକୂଳରେ ଜାହାଜରେ ନିଆଁ ଲାଗିବା ଘଟଣା: ଓଡ଼ିଆ ଯୁବକ ସିଦ୍ଧାର୍ଥଙ୍କ ମିଳୁନି ପତ୍ତା

ଭୁବନେଶ୍ୱର: ଋଷିଆ ଉପକୂଳରେ ଦୁଇଟି କାର୍ଗୋ ଜାହାଜରେ ନିଆଁ ଲାଗି ବିସ୍ଫୋରଣ ଘଟିବା ଘଟଣାରେ ୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏ ନେଇ ସୂଚନା ଦିଆଯାଇଛି। ନିଖୋଜ ଭାରତୀୟଙ୍କ ମଧ୍ୟରେ ସିଦ୍ଧାର୍ଥ ମେହେର ନାମକ ଜଣେ ଓଡ଼ିଆ ଯୁବକ ଥିବା ସୂଚନା ମିଳିଛି। ତାଙ୍କ ଘର ସମ୍ବଲପୁରରେ ବୋଲି ଜଣାପଡ଼ିଛି। ସିଦ୍ଧାର୍ଥ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାହାଜ ମାଏଷ୍ଟ୍ରୋରରେ କାମ କରୁଥିଲେ। ଦୁର୍ଘଟଣା ପରେ ତାଙ୍କ ସମ୍ପର୍କରେ ଆଉ କୌଣସି ସୂଚନା ମିଳୁ ନ ଥିବାରୁ ସମ୍ବଲପୁରରେ ଥିବା ପରିବାର ଲୋକ ଚିନ୍ତିତ ଅଛନ୍ତି।

ଗତ ସୋମବାର ରୁଷିଆର କ୍ରିମିଆ ନିକଟରେ ତାଞ୍ଜାନିଆର ଦୁଇଟି କାର୍ଗୋ ଜାହାଜ ମଧ୍ୟରେ ଇନ୍ଧନ ଅଦଳବଦଳ ବେଳେ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଜାହାଜ ଦୁଇଟିରେ ତୁର୍କୀ, ଲିବିୟା ସହ ଭାରତୀୟ କର୍ମଚାରୀ ଥିଲେ।

You might also like