୬ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ୬ଜଣ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।ଦୁର୍ନୀତି ଓ ଅପାରଗତା ପାଇଁ ଏହି ୬ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସୂଚନା ମିଳିଛି।

ଏହି ୬ ସରକାରୀ କର୍ମଚାରୀଙ୍କ ମଧ୍ୟରେ ୪ଜଣ ଇଞ୍ଜିନିୟର ଏବଂ ୨ଜଣ ଅବକାରୀ ବିଭାଗର ଅଧିକାରୀ ଅଛନ୍ତି।

ଏହି ୬ ସରକାରୀ କର୍ମଚାରୀ ହେଲେ- କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ଉପନିର୍ବାହୀ ଯନ୍ତ୍ରୀ ଅଜିତ ଦେବତା,
କଟକ R&B କ୍ୱାଲିଟି କଣ୍ଟ୍ରୋଲ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ଦଳାଇ, କରଞ୍ଜିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ ପରିଡ଼ା, ଭୁବନେଶ୍ୱର R&B ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀ, ସମ୍ବଲପୁର ଓଡ଼ିଶା ପାନୀୟ ନିଗମ ବିଏମ୍ ଜୟଦୀପ ପଟ୍ଟନାୟକ ଓ ସୁନ୍ଦରଗଡ଼ ଅବକାରୀ ନିରୀକ୍ଷକ ରିହାଜ ଅହମ୍ମଦ ବେଗ୍।

You might also like