ସରିଲା ଦେବ ବିବାହ, ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ଦେବ ଦମ୍ପତି

ସମ୍ବଲପୁର: ସମ୍ବଲପୁର ସହରରେ ରୀତିନୀତି ଅନୁଯାୟୀ  ସଂପନ୍ନ ହୋଇଛି ଦେବ ବିବାହ । ମାଆ ପାର୍ବତୀଙ୍କ ପାଣି ଗ୍ରହଣ କରିଛନ୍ତି ଦେବ ଦେବ ମହାଦେବ। ଆସନ୍ତାକାଲି ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ। ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହର ଉତ୍ସବମଖର ହୋଇଥିଲେ ହେଁ ଯାତ୍ରା ଆଡମ୍ବର ନାହିଁ।

ସାଦାସିଧା ତଥା  ନିରାଡମ୍ବର ଭାବେ ବାହାଘର ସରିଛି ଦେବ ବିବାହ।  ଏଥର କନ୍ୟା ଘରେ ବାହାଘର ହୋଇନି । ବରଂ ମନ୍ଦିର ପରିସରରେ ବ୍ରାହ୍ମ ମୁହୂର୍ତ୍ତରେ ହାତଗଣ୍ଠି ପଡ଼ିଥିଲା। ଆସନ୍ତାକାଲି କରୋନା କଟକଣା ପାଇଁ ଶୋଭାଯାତ୍ରା ବାହାରିବ ନାହିଁ । ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ଦେବ ଦମ୍ପତ୍ତି ଯୁଗଳ ଦର୍ଶନ ଦେବେ । ସାମାଜିକ ଦୂରତ୍ୱ ରଖି ମନ୍ଦିର ପ୍ରାଙ୍ଗଣରେ ଯୁଗଳ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିବ ବୋଲି ଜଣାପଡ଼ିଛି।

ସେପଟେ ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ ମଧ୍ୟ ନିରାଡମ୍ବର ଭାବେ ସମ୍ପନ୍ନ ହୋଇଛି କରୋନା ସଂକ୍ରମଣ ଯୋଗୁଁ କେବଳ ବିଧି ମୂତାବକ ରୀତିନୀତି କରାଯାଇଥିଲା।

You might also like