• translate
Chandan Shishu

ଭୁବନେଶ୍ୱର: ଆଜି ପବିତ୍ର ଶୀତଳଷଷ୍ଠୀ। ମହାଦେବ ଓ ଦେବୀ ପାର୍ବତୀଙ୍କ ଆଜି ବିବାହ। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଗତକାଲି ସଂଧ୍ୟାରେ ଦେବ ନିମନ୍ତ୍ରଣ କାର୍ଯ୍ୟ ଶେଷ ହୋଇଛି। ସହରର ବିଭିନ୍ନ ଶିବାଳୟରୁ ହନୁମାନ ମହାପ୍ରଭୁ ନିଉତାରେ ବାହାରି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଦେବଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଚଳିତ ବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଅନୁଷ୍ଠିତ ହେଉଛି ଶୀତଳ ଷଷ୍ଠୀ ଯାତ୍ରା।

ଏବର୍ଷ ଶୀତଳ ଶଷ୍ଠୀରେ ଅନ୍ୟ ବର୍ଷ ଭଳି ବିବାହ ଶୋଭାଯାତ୍ରା ବାହାରିବନି କିମ୍ବା ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ବି ସହର ପରିକ୍ରମା କରିବନି। ବିବାହ ଓ ଯୁଗଳ ଦର୍ଶନ ଉଭୟ ମନ୍ଦିର ପରିସରରେ ହିଁ କରାଯିବାକୁ ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି।

Other Stories