ପରୀ ହତ୍ୟା ଅଭିଯୁକ୍ତକୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ନେବ SIT

ଅପ୍ରାନ୍ତ: ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ନେବ ଏସ୍ଆଇଟି। ଏନେଇ କୋର୍ଟରେ ପୂର୍ବରୁ ଅନୁମତି ମଗାଯାଇଥିଲା। ଅଭିଯୁକ୍ତକୁ ଅଧିକ ପଚରାଉଚରା ପାଇଁ ତିନିଦିନିଆ ରିମାଣ୍ଡ ଲାଗି କୋର୍ଟ ମଧ୍ୟ ଗତକାଲି ଅନୁମତି ଦେଇଥିଲେ।

ଗତକାଲିର କାର୍ଯ୍ୟାନୁଷ୍ଠାନ ପରେ ଆଜି ରିମାଣ୍ଡର ପ୍ରଥମ ଦିନରେ ଅଭିଯୁକ୍ତକୁ ଗୁଡ଼େଇ ତୁଡ଼େଇ ଜେରା କରିବ ଏସ୍ଆଇଟି। ଗତକାଲି ଅଭିଯୁକ୍ତକୁ ଯଦୁପୁର ଗାଁ ନେଇ ତଦନ୍ତ କରିବା ପରେ କୋର୍ଟରେ ହାଜର କରାଯାଇଥିଲା। ଏସ୍ଆଇଟି ସଂପୃକ୍ତ ଅଭିଯୁକ୍ତକୁ ସାବାଳକ ଦର୍ଶାଇଥିଲା। ଅପରପକ୍ଷେ ପରିବାର ଏବଂ ଗାଁ ଲୋକେ ଏଭଳି ଗିରଫଦାରୀକୁ ନିନ୍ଦା କରିବା ସହ ଅସଲ ଅଭିଯୁକ୍ତକୁ ଖସାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି।

ପରୀକୁ ନ୍ୟାୟ ପାଇଁ ବିଜେପିର ପଦଯାତ୍ରା ଜାରି ରହିଛି। ୫ ଦିନିଆ ପଦଯାତ୍ରାର ଆଜି ତୃତୀୟ ଦିନ। ଆଜି ସାରୁଅରୁ ପିଚୁକୁଳି ପର୍ଯ୍ୟନ୍ତ ପଦଯାତ୍ରା ହେବ। ଏହାପରେ ପିଚୁକୁଳିରୁ ଇଟାମାଟି ଦେଇ ଯଦୁପୁର ଯିବେ। ୨୪ ତାରିଖରେ ଯଦୁପୁରରେ ଏକ ବଡ଼ ସଭା ହେବାର କାର୍ଯ୍ୟକ୍ରମ ରହିଛି। କାଲି ଦ୍ୱିତୀୟ ଦିନ ପଦଯାତ୍ରାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ।

You might also like