• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ନୟାଗଡ଼: ନୟାଗଡ଼ ଜିଲ୍ଲା ଯଦୁପୁରର କୁନି ଝିଅ ପରୀ ହତ୍ୟା ଘଟଣାରେ ଷ୍ଟାଟସ ରିପୋର୍ଟ ଦେଇଛି ଏସଆଇଟି । ହାଇକୋର୍ଟରେ ଆଜି SIT ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ପରୀ ମୃତ୍ୟୁ  ମାମଲାର ତଦନ୍ତ କେତେ ଦୂର ଆଗେଇଛି, ସେ ସମ୍ପର୍କରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି ।

ଏକ ବନ୍ଦ ଲଫାପାରେ ସତ୍ୟପାଠ ଦାଖଲ କରିଛି ଏଆସ୍ଇଟି । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଥାଉ କି,  ୪ ମାସ ତଳେ ଦାଣ୍ଡରେ ଖେଳୁଥିବା ସମୟରେ ପରୀକୁ ଅପହରଣ କରି ନିଆଯାଇଥିଲା। ଏହାର କିଛି ଦିନ ପରେ ପରୀର ମୃତ ଦେହ ଉଦ୍ଧାର କରାଯାଇଥିଲା। ପରୀର ଅଙ୍ଗ କାଢି ନିଆଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ। ହତ୍ୟାକାରୀକୁ ଧରିବା ପାଇଁ ପରିବାର ଲୋକେ ଥାନା, ପ୍ରଶାସନର ଦ୍ୱାରସ୍ଥ  ହୋଇ ନିରାଶ ହେବା ପରେ ଶେଷରେ ବିଧାନସଭା ସମ୍ମୁଖରେ ଆତ୍ମହୂତି ଉଦ୍ୟମ କରିଥିଲେ। ଏହା ପରେ ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ପଡୁଛ ଉଠୁଛି। ପ୍ରଶାସନ ମଧ୍ୟ ସକ୍ରିୟ ହୋଇ ଉଠିଛି।
ପରୀର ବାପା-ମା’ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିକୁ ଏଥିପାଇଁ ଦାୟୀ କରିଥିଲେ। ମାମଲା ଜୋର୍ ଧରିବା ପରେ ମୁଖ୍ୟମନ୍ତ୍ରୀ ଶେଷରେ କ୍ରାଇମବ୍ରାଞ୍ଚ SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ନୟାଗଡ଼ ଥାନା IIC ରୀତାରାଣୀ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ SDPO ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ DSP ଭାବେ ବଦଳି କରାଯାଇଛି। ପରୀ ହତ୍ୟା ଘଟଣାକୁ ନେଇ ବିବାଦରେ ଥିଲେ ଉଭୟ ଅଧିକାରୀ। ପରୀ ମାଆକୁ ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଦୁର୍ବ୍ୟବହାର ନେଇ ଅଭିଯୋଗ କରିଥିଲେ ପରୀର ମା।

Sit-submit-status-report-of-pari-murder-case
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories