ଆସନ୍ତା ୪ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ ଶିଶିର ସରସ ମେଳା

ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ ହେବ ଶିଶିର ସରସ। ଏହି ମେଳାରେ ୨୪ଟି ରାଜ୍ୟ ସମେତ ଓଡ଼ିଶାର ୩୦ଟି ଜିଲ୍ଲାର ଶିଳ୍ପୀ, କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ନିଜ ନିଜର ଦ୍ରବ୍ୟ ଆଣି ବିକ୍ରି କରିବେ।

ଏଥି ପାଇଁ ପ୍ରାୟ ୩୦୨ ଷ୍ଟଲର ବ୍ୟବସ୍ଥା ହୋଇଛି। ଆସନ୍ତା ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଓରମାସ ଏହି ପ୍ରଦର୍ଶନୀକୁ ଆୟୋଜନ କରିବ। ଚଳିତ ବର୍ଷ ୧୫ କୋଟି ଟଙ୍କା ବ୍ୟବସାୟ ହେବ ବୋଲି ପୂର୍ବାନୁମାନ କରିଛି ଓରମାସ।

ଏଥି ସହିତ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମନ୍ତ୍ରୀ ପ୍ରଦୀପ ମହାରଥୀ ସୂଚନା ଦେଇଛନ୍ତି।

You might also like