ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ବାରିପଦା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଗତ ମାର୍ଚ୍ଚରେ କରୋନା କଟକଣା ପରେ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା।

ପ୍ରତିଥର ଭଳି ବାରିପଦା ପିଠାବଟା ଗେଟ୍ ପଟୁ ପ୍ରଥମେ ପହଞ୍ଚିଥିବା ଗାଡ଼ି ଏବଂ ଯଶିପୁରର କଳିଆଣି ପଟୁ ସର୍ବାଧିକ ୩୫ଟି ଗାଡ଼ିକୁ ଅନୁମତି ମିଳୁଛି।

ସେହିପରି ପ୍ରତିଦିନ ସକାଳ ୬ଟାରୁ ୯ ଟା ମଧ୍ୟରେ ପର୍ଯ୍ୟଟକମାନେ ପ୍ରବେଶ ଫାଟକରୁ ଅନୁମତି ନେଇ ପାରିବେ। ଯାତ୍ରା ସମୟରେ ପର୍ଯ୍ୟଟକମାନେ ମାସ୍କ ପିନ୍ଧିବା ସହ କୋଭିଡ୍ କଟକଣାକୁ ମାନିବା ବାଧ୍ୟତାମୂଳକ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

You might also like