• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ସର୍ବଗିଳା ନିଆଁରୁ କେମିତି ବଞ୍ଚାଇହେବ ସୁନ୍ଦରୀ ଶିମିଳିପାଳ ? ସଙ୍କଟରେ ଥିବା ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳକୁ କେମିତି ଦିଆଯାଇପାରିବ ସୁରକ୍ଷା ? ଚାଲିଛି ଯୁଦ୍ଧକାଳୀନ ଉଦ୍ୟମ, ଅଗ୍ନି ନିର୍ବାପନର ବୃହତ୍ତ ମିଶନରେ କଳ, ବଳ ଆଉ କୌଶଳ। ବନ ଓ ଅଗ୍ନିଶମ କର୍ମଚାରୀଙ୍କ ପ୍ରାଣମୁର୍ଚ୍ଛା ପ୍ରୟାସ ପରେ ଅମାନିଆ ନିଆଁକୁ ଆୟତ୍ତ ପାଇଁ ଏଣ୍ଟ୍ରି ମାରିଛି ଓଡ୍ରାଫ୍। ବାଲେଶ୍ୱର ଓ ବାରିପଦାରୁ ୫୦ ଜଣିଆ ଓଡ୍ରାଫ୍ ଟିମ୍ ଯଶିପୁର ରେଞ୍ଜକୁ ଯାଇ ନିଆଁ ଲିଭାରେ ଲାଗିଛନ୍ତି।

ବନବିଭାଗ ସହ ୪ଟି ଅଗ୍ନିଶମ ବିଭାଗର ଟିମ୍ ବି ଶିମିଳିପାଳ ଭିତରେ ଅଛନ୍ତି। ତଥାପି ନା ଆୟତ୍ତକୁ ଆସିପାରୁଛି ବନାଗ୍ନି, ନା ବଞ୍ଚାଇ ହେଉଛି ଶିମିଳିପାଳର ସବୁଜିମା। ଆଜି ୨୦ଟି ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ତାହାରି ଭିତରେ ଧୂଆଁ ଆଉ ଗରମ ପବନ ମାଡ଼ରେ ଆକ୍ତାମାକ୍ତା ଜୀବଜନ୍ତୁ ଜନବସତିକୁ ଚାଲିଆସୁଛନ୍ତି।

ସ୍ଥିତି ସଂଗୀନ ହେବା ପରେ ମୟୁରଭଞ୍ଜ ଜିଲ୍ଲାପାଳ, ଏସ୍ପିଙ୍କ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀ ଗ୍ରାଉଣ୍ଡ ଜିରୋରେ ଅନୁଧ୍ୟାନ କରିଛନ୍ତି। ସେପଟେ ରାଜସ୍ୱ ମନ୍ତ୍ରୀ ଶିମିଳିପାଳ ଅଗ୍ନିକାଣ୍ଡ ନେଇ ବାରିପଦାରେ ଏକ ସମୀକ୍ଷା କରିଛନ୍ତି।

ମୟୁରଭଞ୍ଜରୁ ମାଲକାନଗିରି, ବଲାଙ୍ଗିରରୁ ବାଲେଶ୍ୱର, ସବୁଠି ଜଙ୍ଗଲି ନିଆଁର ତାଣ୍ଡବ। ଶିମିଳିପାଳ ଭଳି କେଉଁଠି ନା କେଉଁଠି ଜଳୁଛି ଅଭୟାରଣ୍ୟ। ଗତକିଛି ବର୍ଷ ହେଲା ଗ୍ରୀଷ୍ମ ଆରମ୍ଭରୁ ବିପଦ ବଢ଼ାଉଛି ବନାଗ୍ନି। ବଲାଙ୍ଗିର ସହର ଉପକଣ୍ଠରେ ଥିବା ୪ଟି ଜଙ୍ଗଲ ଜଳୁଛି ରାତିଦିନ। ମାଳ ମାଳ ବନ କର୍ମଚାରୀ ବି ଅଛନ୍ତି। କିନ୍ତୁ ନିଦ ଭାଙ୍ଗୁନି କାହାର। ଫଳରେ ବନ୍ୟପ୍ରାଣୀ ବିପଦରେ ତ ଅଛନ୍ତି, ତାସହ ବଢ଼ିଚାଲିଥିବା ତାପମାତ୍ରା ଜିଲ୍ଲାବାସୀଙ୍କୁ ନାକେଦମ୍ କରୁଛି। ଏପଟେ ସମ୍ବଲପୁରର ଆଖପାଖ ଅଞ୍ଚଳର ଜଙ୍ଗଲରେ ଲାଗିଥିବା ନିଆଁ ଆୟତ୍ତକୁ ଆସିପାରୁନାହିଁ। ଫଳରେ ଏଠି ବି ନିଆଁ ଆଉ ଧୂଆଁରେ ଅଣନିଃଶ୍ୱାସୀ ଲୋକେ।

ଏସବୁ ଭିତରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବନ ବିଭାଗ ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ। ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରେ ନିଆଁ ଲଗାଇଥିବା ଜଣେ ଶିକାରୀକୁ ଗିରଫ କରିଛି। ଗତକାଲି ବାଦାମପାହାଡରୁ ଏଭଳି ଜଣେ ଶିକାରୀକୁ ଗିରଫ କରିଥିଲା ବନବିଭାଗ।

ତେବେ ଚିନ୍ତା ବଢ଼ାଉଥିବା ଜଙ୍ଗଲ ନିଆଁକୁ କେମିତି ତୁରନ୍ତ କରିହେବ ଆୟତ୍ତ ? ଅଗ୍ନିକାଣ୍ଡର କାରଣ ଏବଂ ନିରାକରଣ କଣ? ଫରେଷ୍ଟ ଫାୟାର ଟାସ୍କଫୋର୍ସ କହିଛି, ରାତ୍ରକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ। ସେହିପରି ଅଧିକ ଲୋକବଳ ଏବଂ ଯନ୍ତ୍ରପାତି ନିୟୋଜନ କରାଯିବା ସହ ଜଙ୍ଗଲ ସଂଲଗ୍ନ ୩ହଜାର ଗାଁକୁ ନିଆଁକୁ ନିୟନ୍ତ୍ରଣ ପାଇଁ ସହାୟତା ନିମନ୍ତେ ପ୍ରୋତ୍ସାହନ ଦିଆଯିବ।

ସେପଟେ ଶିମିଳିପାଳ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ହାଇକୋର୍ଟରେ ଦାୟାର ହୋଇଛି ଜନସ୍ୱାର୍ଥ ମାମଲା। ଭାରତୀୟ ବିକାଶ ପରିଷଦ ଏହି ମାମଲା ଦାୟାର କରି ନିଆଁ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇଛି। ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛି ପରିଷଦ।

https://www.youtube.com/watch?v=REhFcSoTs1A

Similipal-forest-fire-wildfire-rages-continues-devastation
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories