• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ରାଜଭବନ ପାଖ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ DNA ଟେଷ୍ଟ ପାଇଁ ଭୁବନେଶ୍ୱରରେ ସୀମାଞ୍ଚଳଙ୍କ ପରିବାର ପହଞ୍ଚିଛନ୍ତି। ନିଖୋଜ ସୀମାଞ୍ଚଳଙ୍କ ବାପା, ମାଆ ଓ ଭାଇ କ୍ୟାପିଟାଲ ହସ୍ପିଟାଲକୁ ଏହି ଟେଷ୍ଟ ପାଇଁ ଯାଇଛନ୍ତି।

ସୀମାଞ୍ଚଳଙ୍କ ବାପା ବିସ୍ଫୋରଣ ପାଇଁ ଦାୟୀ କିଏ ସେ ନେଇ ପ୍ରଶ୍ନ କରିଛନ୍ତି। ବିସ୍ଫୋରଣ କାହାର ଭୁଲ ପାଇଁ ହେଲା ଏବଂ ଏଥିପାଇଁ କିଏ ଦାୟୀ ସ୍ପଷ୍ଟ ହେଉ ବୋଲି ସେ କହିଛନ୍ତି। ଏହା ସହ ପୁଅ ନିଖୋଜ ନେଇ ପ୍ରକୃତ ତଥ୍ୟ କଣ ତାହା ସ୍ପଷ୍ଟ କରାଯାଉ ବୋଲି ସେ ଦାବି କରିଛନ୍ତି।

ବିସ୍ଫୋରଣ ପରେ ଗଂଜାମ ଜିଲ୍ଲାର ସୀମାଞ୍ଚଳ ପରିଡ଼ା ନିଖୋଜ ଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ସୀମାଞ୍ଚଳଙ୍କ ଏଟିଏମ୍ ଏବଂ ମନିପର୍ସ ସେଠାରୁ ମିଳିଥିଲା। ଏ ନେଇ ଆଇଓସିଏଲ୍ ଅଧିକାରୀ ସୂଚନା ଦେଇଥିବା ପରିବାର ଲୋକେ କହିଥିଲେ।

ବିସ୍ଫୋରଣ ପରେ ଘଟଣାସ୍ଥଳରୁ ଜବତ ହୋଇଥିବା ମାଂସଗୁଡ଼ିକର ବ୍ୟବଚ୍ଛେଦ କରାଯାଇଥିଲା। ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କୁ ଚିହ୍ନଟ ପାଇଁ ଜବତ ମାଂସର ଡିଏନ୍ଏ ସହ ତାଙ୍କ ପରିବାର ଲୋକଙ୍କ ଡିଏନ୍ଏ ଟେଷ୍ଟ କରାଯିବ ବୋଲି ପୂର୍ବରୁ ପୋଲିସ କମିଶନର କହିଥିଲେ।

Simanchals-father-ask-who-is-responsible-for-the-explosion-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories