ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀପ ଦାନ ଓ ନିରବ ପ୍ରାର୍ଥନା  

ଭୁବନେଶ୍ୱର :  ନୂଆସାହି , ନୟାପଲ୍ଲୀର ଆଖଣ୍ଡଳମଣୀ ପୂଜା କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀପ ଦାନ ଓ ନିରବ ପ୍ରାର୍ଥନା କରାଯାଇଛି।

ଗତକାଲି ସନ୍ଧ୍ୟା ୬ଟାରେ  ନୂଆସାହିସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଆଖଣ୍ଡଳମଣୀ ପୂଜା କମିଟିର ସମସ୍ତ ସଦସ୍ୟ ଓ କିଛି ସ୍ଥାନୀୟ ଲୋକ ଏକତ୍ର ହୋଇଥିଲେ। ଏହାପରେ ସ୍ୱର୍ଗତ ଅଟଳ ବିହାରୀଙ୍କ ଫଟୋଚିତ୍ରରେ  ପୁଷ୍ପମାଲ୍ୟ ଅର୍ପଣ କରିବା ସହ ୨ ମିନିଟ୍‌ର  ନିରବ ପ୍ରାର୍ଥନା କରିଥିଲେ। ପରେ ୟୁନିଟ୍‌-୮ କଲ୍ୟାଣୀମଣ୍ଡପ ଛକ ଯାଏ ପଦଯାତ୍ରା କରାଯାଇଥିଲା।

ଏହି ପଦଯାତ୍ରା ଓ ଦୀପଦାନ କାର୍ଯ୍ୟକ୍ରମରେ ନୂଆସାହି ଆଖଣ୍ଡଳମଣୀ ପୂଜା କମିଟିର ସମ୍ପାଦକ ସାଗର ବଳବନ୍ତରାୟ,ସଭାପତି ସୁମନ୍ତ ସାମନ୍ତରା , ଉପ-ସଭାପତି  ସୁଜିତ୍‌ ରାୟ ଓ ସହକାରୀ ସଭାପତି ରାକେଶ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

You might also like