ଜାତୀୟ ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ପରବିନ୍ଦର ପାଲ୍ ସିଂହ

ଭୁବନେଶ୍ୱର: ନ୍ୟାୟ ପାଇଁ ଜାତୀୟ  ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଭୁବନେଶ୍ୱରରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂହ। ଆଜି ସେ ନିଜ ପରିବାର ସହ ଯାଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି।

ଆକ୍ରମଣ ସତ୍ତ୍ୱେ ଅଭିଯୁକ୍ତଙ୍କ ବିରୋଧରେ କାହିଁକି ୩୦୭ ଧାରା ଲାଗୁ ହେଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ପଗଡିକୁ ପକାଇ ତାଙ୍କ ଧର୍ମକୁ ଅସମ୍ମାନ ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ପରବିନ୍ଦର। ତଦନ୍ତ ସଠିକ ରୂପେ କରିବା ପାଇଁ ମଧ୍ୟ ସେ ମାନବାଧିକାର କମିଶନଙ୍କ ପାଖରେ ଦାବି କରିଛନ୍ତି।

ସେହିପରି ସେ ଜାତୀୟ ମାନବାଧିକାର କମିଶନଙ୍କଠାରେ ଅନ-ଲାଇନରେ ସେ ଏନେଇ ଆବେଦନ କରିଛନ୍ତି। ଗତ ୧୪ରେ ପରବିନ୍ଦରଙ୍କୁ ଆକ୍ରମଣ ହୋଇଥିଲା। ଘଟଣା ଦିନ ୨ଜଣ ଓ ପରଦିନ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ୍। ପୋଲିସର କୋହଳ ଦଫା ଯୋଗୁ ଗିରଫର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ ମିଳିଯାଇଥିଲା।

You might also like