ଭାଇ ଭଉଣୀଙ୍କ ସନ୍ଦେହଜନକ ମୃତ୍ୟୁ

ଶୋଇଥିବା ଅବସ୍ଥାରେ ଦୁଇ ମୃତଦେହ ଉଦ୍ଧାର

ବରଗଡ଼ : ରାତିରେ ଭାଇଭଉଣୀ ଗୋଟିଏ ଘରେ ଶୋଇଥିଲେ। ହେଲେ ସକାଳୁ ଶବ ହୋଇ ବାହାରିଲେ। ବରଗଡ଼ ଅତାବିରା ଥାନା ସିଂହପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ଅାଜି ସକାଳୁ ଗାଁର ଦାଶରଥି ମେହେରଙ୍କ ଘର ଭିତରୁ ମିଳିଛି ତାଙ୍କ ପୁଅ ବିକାଶ ଓ  ଝିଅ ମିନତୀଙ୍କ ମୃତଦେହ।

ବିକାଶଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ମିନତୀଙ୍କ ବୟସ ୨୦ ବର୍ଷ। ଗତକାଲି ରାତିରେ ନିଜ ଘରେ ରାତ୍ରି ଭୋଜନ ପରେ ଉଭୟେ ଶୋଇବାକୁ ଯାଇଥିଲେ। ହେଲେ ଅାଜି ସକାଳୁ ସେମାନେ ନ ଉଠିବାରୁ ସନ୍ଦେହ ଉପୁଜିଥିଲା। ଘର ଲୋକ ଠାରୁ ଖବର ପାଇ ପୁଲିସ୍‌ ଅାସି ମୃତଦେହ ଉଦ୍ଧାର କରିଥିଲା। ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ପୁଲିସ ତଦନ୍ତ ଅାରମ୍ଭ କରିଛି।

You might also like