ଲାଞ୍ଚ ନେଇ ଧରାପଡ଼ିଲେ ନବନିଯୁକ୍ତ ଏସ୍‌ଆଇ

ଭଞ୍ଜନଗର: ଜଏନ୍‌ କରୁ କରୁ ଆରମ୍ଭ ହୋଇଗଲା ଲାଞ୍ଚ ନେଲେ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ। କିଛି ଦିନ ତଳେ ଥିବା ଚାକିରିରେ ଜଏନ୍ କରିଥିବା ପୁଲିସ ଏସଆଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାରେ।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାରେ କାର୍ଯ୍ୟରତ ପ୍ରୋବେସନାଲ ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଗତ ୨ ମାସ ତଳେ ଜଏନ୍ କରିଥିଲେ। କିଛି ଦିନ ତଳେ ଜଗନ୍ନାଥ ପାଟଣା ଗାଁରେ ଘର ଭଡାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା।

ଉକ୍ତ ମାମଲାକୁ ରଫା ଦଫା କରିବା ପାଇଁ 3000 ଟଙ୍କା ଲାଞ୍ଚ ମାଗିଥିଲେ। ଏସଆଇ ଜଣକ ଲାଞ୍ଚ ନେବାବେଳେ ଏସଆଇଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ। ଏସଆଇ ନାମରେ ମାମଲା ରୁଜୁ କରି ବ୍ରହ୍ମପୁର ଭିଜିଲାନ୍ସ ଅଫିସକୁ ନିଆଯାଇଥିବା ଜଣାପଡିଛି।

You might also like