ଅଗଷ୍ଟ ୩ ଯାଏ ଏଇ ଜିଲ୍ଲା ସଟ୍‌ଡାଉନ୍‌

ଭୁବନେଶ୍ୱର: ହୁ ହୁ ହୋଇ ବଢୁଛି ରାଜ୍ୟରେ କରୋନା ସଂକ୍ରମଣ। କରୋନା ଚେନ୍‌ରେ ବ୍ରେକ୍‌ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ କରୋନା ସଂକ୍ରମଣ ବଢୁଥିବାରୁ ବଲାଙ୍ଗିର ଜିଲ୍ଲାକୁ ୪ ଦିନ ସଟଡାଉନ ଘୋଷଣା କରାଯାଇଛି।

ଆସନ୍ତା ୩୧ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସାରା ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ସମୟରେ ଜିଲ୍ଲା ଭିତରେ ଘରୋଇ ଗାଡି ମୋଟର ଚଳାଚଳ ବନ୍ଦ ରହିବ।  ହେଲେ ମେଡିକାଲ, ମେଡିସିନ୍ ଷ୍ଟୋର, କ୍ଲିନିକ, ପେଟ୍ରୋଲ ଟାଙ୍କି ଭଳି ଅତ୍ୟାବଶ୍ୟକ ସେବା ଚାଲୁ ରହିବ।

ବଲାଙ୍ଗିର ଜିଲ୍ଲାରେ ୪ଶହ ଜଣ ସଂକ୍ରମିତ ହୋଇଛନ୍ତି। ୨୮୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୧୧୮ ଆକ୍ଟିଭ କେସ୍ ରହିଛି। ତେବେ ଅଗଷ୍ଟ ୩ ସୋମବାର ରାକ୍ଷୀ ପୂର୍ଣ୍ଣିବା ଥିବାରୁ ଏହା ନିଶ୍ଚିତ ଫିକା ପଡ଼ିବ।

ସେହିପରି କନ୍ଧମାଳ ଜିଲ୍ଲାରେ ୧୦ ଦିନ ପାଇଁ ଲକ୍‌ଡାଉନ୍‌ ଜାରି କରାଯାଇଛି। କନ୍ଧମାଳ ଜିଲ୍ଲାକୁ ୧୦ ଦିନ ଲକଡାଉନ୍ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। ୨୯ ତାରିଖ ସକାଳ ୫ରୁ ଅଗଷ୍ଟ ୭ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ, ଦୋକାନ, ସେବା ଚାଲୁ ରହିବ। ସକାଳ ୭ରୁ ଦିନ ୧ଟା ଯାଏ ରାସନ୍, କ୍ଷୀର, ପରିବା ଦୋକାନ ଖୋଲା ରହିବ।

ଓଡ଼ିଶାରେ ୧,୦୬୮ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୦୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୪୦୬  ରହିଛି। କଟକ ଜିଲ୍ଲାରୁ ୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

You might also like