ଲକ୍‌ଡାଉନ୍‌ଠାରୁ ବଳିଗଲା ସଟ୍‌ଡାଉନ୍‌ର ପ୍ରଭାବ

ଭୁବନେଶ୍ୱର: କରୋନା ବିରୋଧରେ ଲକ୍‌ଡାଉନ୍‌ ଯେତିକି ଇଂପାକ୍ଟ ପଡ଼ିଥିଲା, ତାକୁ ବଳିଯାଇଛି ସଟ୍‌ଡାଉନ୍‌ର ପ୍ରଭାବ। ଭୁବନେଶ୍ୱର, କଟକ ଏବଂ ଭଦ୍ରକ ସହରରେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ର ପ୍ରଥମ ଦିନରେ ହିଁ ଲୋକେ କରୋନାକୁ ହରାଇବାର ଦୃଢ଼ ସକଳ୍ପର ପ୍ରମାଣ ଦେଇଛନ୍ତି।

ହାଟ ବଜାର, ଗଳି କନ୍ଦି, ଛକ ସବୁ ଶୁନ୍‌ଶାନ୍ ଥିବା ବେଳେ ନିର୍ଜନ ପାଲଟି ଯାଇଥିଲା ସହର। କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତି କିମ୍ବା ଯାନବାହନକୁ କାଁ ଭାଁ ଦେଖିବାକୁ ମିଳିଥିଲା।

ତେବେ କିଛି ଅମାନିଆ ସାମ୍ନାକୁ ଆସିଥିବାବେଳେ ତାଙ୍କୁ ଧରି ୧୪ ଦିନିଆ କ୍ୱାରେଣ୍ଟାଇନ୍‌କୁ ପଠାଇଛି ପୋଲିସ  ସେପଟେ ଆଜି ବି ସଟ୍‌ଡାଉନ୍‌କୁ ଲୋକେ ସମର୍ଥନ କରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଭୁବନେଶ୍ୱର, କଟକ ଏବଂ ଭଦ୍ରକ ସହରରେ ଲାଗୁ ହୋଇଧିବା ୪୮ ଘଣ୍ଟିଆ ସଟ୍ ଡାଉନ୍‌ ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ। ଆଜି ରାତି ୮ଟାରେ ସରିବ କଟକଣା ଅବଧି। ଗତକାଲି ସଟଡାଉନ ବେଶ୍ ସଫଳ ହୋଇଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।

You might also like