ପୁରୀ: ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି। ପ୍ରତି ଶନିବାର, ରବିବାର ୨ ଦିନ ପାଇଁ ୧୧ଟି ଜିଲ୍ଲା ହେବ ସଟଡାଉନ। ଏହି ୧୧ ଜିଲ୍ଲା ମଧ୍ୟରେ ପୁରୀ ଥିଲେ ହେଁ ସଟ୍ଡାଉନ କଟକଣା ପୁରୀରେ ସାମାନ୍ୟ କୋହଳ କରାଯାଇଛି।
ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଦୁଇଦିନ ପାଇଁ ପୁରୀରେ ୧୪୪ ଧାରା ଜାରି କରାଯାଇଥିଲା। ଦୁଇଦିନ ଧରି ଘରୁ ବାହରି ପାରି ନ ଥିଲେ ପୁରୀ ବାସିନ୍ଦା । ତେଣୁ ପୁରୀରେ ଆଜି ଦିନକ ପାଇୱ ସଟ୍ଡାଉନ କୋହଳ କରାଯାଇଛି।
ଆଜି ଦିନକ ପାଇଁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ। ସନ୍ଧ୍ୟା ୭ଟା ଯାଏ ଘରୁ ବାହାରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତାକାଲି ଅର୍ଥାତ ରବିବାର ସଟ୍ଡାଉନ ନିମୟ ଲାଗୁ ହେବ ବୋଲି କୁହାଯାଇଛି।