ଶ୍ରୀମନ୍ଦିର ସଂସ୍କାର ନେଇ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ସୁପ୍ରିମକୋର୍ଟଙ୍କ ୧୨ଟି ପ୍ରସ୍ତାବ ଉପରେ ହୋଇପାରେ ଅାଲୋଚନା.

ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି। ଏଥିରେ ସୁପ୍ରିମକୋର୍ଟଙ୍କ ୧୨ଟି ପ୍ରସ୍ତାବ ଉପରେ ପୁଣି ଥରେ ଅାଲୋଚନା କରାଯିବ ବୋଲି ସୂଚନା ମିଳିଛି।

ଅାସନ୍ତା ସେପ୍ଟେମ୍ବରରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାରକୁ ନେଇ ସତ୍ୟପାଠ ଦାଖଲ କରାଯିବାର ଅଛି। ତା ପୂର୍ବରୁ ଅାଜିର ବୈଠକରେ ସବୁ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଭାବେ ଅାଲୋଚନା ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଅାଯିବା ପରେ ରଥଯାତ୍ରାର ସମୀକ୍ଷା କରାଯାଇଛି। ଏହା ପରେ ଶ୍ରୀମନ୍ଦିର ସଂସ୍କାର ନେଇ ଅାଲୋଚନା ହେବ ବୋଲି ଜଣାପଡ଼ିଛି।

You might also like