ଚନ୍ଦ୍ରଗ୍ରହଣ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ

ପୁରୀ: ଚନ୍ଦ୍ରଗ୍ରହଣ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ନୀତି ନିର୍ଘଣ୍ଟ କରାଯାଇଛି। ଭୋର ୫ଟାରୁ ଦ୍ୱାରଫିଟା ହେବ। ମଙ୍ଗଳ ଅାଳତୀ ୫ଟା ୪୦ରେ କରାଯାଇ ମଇଲମ, ତଡପଲାଗି, ଅବକାଶ ନୀତି ପରେ ସକାଳ ୯ଟାରେ ଗୋପାଳ ବଲ୍ଲଭ ଏବଂ ଅନ୍ୟାନ୍ୟ ନୀତି କରାଯିବ। ୯ଟା ୩୦ରୁ ୧୦ଟା ୩୦ରେ ଭିତରେ ସକାଳଧୂପ ହେବ। ତା’ ପରେ ଭୋଗମଣ୍ଡପରେ ମହାପ୍ରସାଦ ବାହାରିବା ସହ ମଧ୍ୟାହ୍ନ ଧୂପ, ଦକ୍ଷିଣି ଘରଭୋଗ ଏବଂ ୨ଟା ୫୪ ମିନିଟରେ ମଇଲମ ଏବଂ ତଡପଲାଗି ପରେ ନୀତି ବନ୍ଦ ହେବ। ଗ୍ରହଣ ସ୍ପର୍ଶ ହେବା ପରେ ୧୧ଟା ୫୩ ମିନିଟ ୪୮ ସେକେଣ୍ଡରୁ ଗ୍ରହଣ ମହାସ୍ନାନ ପରେ ଗ୍ରହଣ ଭୋଗ କରାଯାଇ ସନ୍ଧ୍ୟା ଅାଳତୀ କରାଯିବ ବୋଲି ଶ୍ରୀମନ୍ଦିର ବରିଷ୍ଠ ସେବାୟତ କହିଛନ୍ତି।

You might also like