ପରଲୋକରେ ଶ୍ରୀମନ୍ଦିର ଡାମେଜ୍ ସେଫେଟି ବିଶେଷଜ୍ଞ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ର

ଭୁବନେଶ୍ୱର: ଶ୍ରୀମନ୍ଦିର ଡାମେଜ୍ ସେଫେଟି ବିଶେଷଜ୍ଞ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ରଙ୍କ ଦେହାନ୍ତ। ଶ୍ରୀଜଗନ୍ନାଥ ମନ୍ଦିର ବିଶେଷଜ୍ଞ କୋର କମିଟିର ବରିଷ୍ଠ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ରଙ୍କ ୮୦ବର୍ଷ ବୟସରେ ଗତକାଲି(ମଙ୍ଗଳବାର) ଦେହାନ୍ତ ଘଟିଛି। ହୃଦଘାତରେ ସେ ମୃତ୍ୟୁବରଣ କରିଛନ୍ତି।

ସେ ଶ୍ରୀଜଗନ୍ନାଥ ମନ୍ଦିର ପୂର୍ଣ୍ଣାଙ୍ଗ ମରାମତି କାର୍ଯର ପ୍ରତ୍ୟକ୍ଷ ତଦାରଖ ବିଗତ ୨୭ବର୍ଷ ଧରି କରିଆସୁଥିଲେ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପ୍ରତିଷ୍ଠିତ ବୈଷୟିକ କୋର କମିଟିର ମୁଖ୍ୟ ସଦସ୍ୟ ଭାବରେ ୧୯୯୩ ମସିହାରୁ କାର୍ଯ୍ୟ କରିଆସୁଥିଲେ।

ମେକାନିକାଲ ଇଞ୍ଜିନିୟର ଭାବରେ ଷ୍ଟିଲ ଫ୍ରେମ କାର୍ଯ୍ୟର ଅନେକ ଅଭିଜ୍ଞତା ରହିଥିବାରୁ ଶ୍ରୀମନ୍ଦିରର ସମସ୍ତ ଷ୍ଟେନଲେସ୍ ଷ୍ଟିଲ କାର୍ଯ୍ୟ ଯଥା ମନ୍ଦିରର ଚାରି ଗୁମୁଟ ଏବଂ ଜଗମୋହନ ପୋଟାଲ ବକ୍ସ ଫ୍ରେମ୍ ଗର୍ଭଗୃହ ସହ ସମସ୍ତ କାର୍ଯ୍ୟ ଦକ୍ଷତାର ସହ କରୁଥିଲେ।

ଯେତେବେଳେ ଶ୍ରୀମନ୍ଦିରରୁ ପଥର ଖସିଥିଲା ତାହା ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଥର ଲଗାଯାଇଥିଲା। ଗୁଣ୍ଡିଚା ମନ୍ଦିରର ସମସ୍ତ ମରାମତି ତାଙ୍କ ଦ୍ୱାରା କରାଯାଇଥିଲା।

ବୟସର ସାୟନରେ ମଧ୍ୟ ନୀଳଚକ୍ର ପର୍ଯ୍ୟନ୍ତ ଯାଇ କାମ ତଦାରଖ କରୁଥିଲେ। କୋଣାର୍କ ସୂର୍ଯ୍ୟ ମନ୍ଦିର ମରାମତି କାର୍ଯ୍ୟରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଅଵର୍ତ୍ତମାନରେ ଶ୍ରୀ ଜଗନ୍ନାଥ ତାଙ୍କ ଅମରଆତ୍ମାର ସଦଗତି କରନ୍ତୁ ବୋଲି ଗଜପତି ମହାରାଜା ଶୋକ ପ୍ରକାଶ କରିଛନ୍ତି।

You might also like